ଓଡିଶା

odisha

ETV Bharat / city

ନିର୍ବାଚନ ପୂର୍ବରୁ ମହାମିଶ୍ରଣ ପର୍ବ, ବିଜେପିରେ ମିଶିଲେ କଂଗ୍ରେସ-ବିଜେଡି କର୍ମୀ - ବିଜେପିରେ କଂଗ୍ରେସ-ବିଜେଡି କର୍ମୀ

ବିଜେପିରେ ଯୋଗଦେଲେ ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ବହୁ କଂଗ୍ରେସ ଓ ବିଜେଡି କର୍ମୀ । ଅଧିକ ପଢନ୍ତୁ...

ନିର୍ବାଚନ ପୂର୍ବରୁ ସରଗରମ ମିଶ୍ରଣ ପର୍ବ, ବିଜେପିରେ ଯୋଗଦେଲେ କଂଗ୍ରେସ-ବିଜେଡି କର୍ମୀ
ନିର୍ବାଚନ ପୂର୍ବରୁ ସରଗରମ ମିଶ୍ରଣ ପର୍ବ, ବିଜେପିରେ ଯୋଗଦେଲେ କଂଗ୍ରେସ-ବିଜେଡି କର୍ମୀ

By

Published : Nov 6, 2021, 7:10 AM IST

Updated : Nov 6, 2021, 7:23 AM IST

ଭୁବନେଶ୍ବର: ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ବହୁ କଂଗ୍ରେସ ଓ ବିଜେଡି କର୍ମୀ ଗତକାଲି(ଶୁକ୍ରବାର) ବିଜେପିରେ ଯୋଗ ଦେଇଛନ୍ତି । ନିମାପଡା 2019 କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ସମେତ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ, ୱାର୍ଡମେମ୍ବର ସଭ୍ୟଙ୍କ ସହ ବହୁ କର୍ମୀ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।


ଏଥିସହ ଗଞ୍ଜାମ ଦିଗପହଣ୍ଡି ବ୍ଲକର ବହୁ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର କର୍ମୀ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବରେ ଭରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ପୁରୀ ଜିଲ୍ଲାର ନିମାପଡା ଏବଂ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ବିଜେପିରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ଵାଗତ କରିଥିଲେ । ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ରର ମୋଦି ସରକାର ସବୁବେଳେ ଆର୍ଥିକ ସହଯୋଗ କରୁଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି ।

ନିର୍ବାଚନ ପୂର୍ବରୁ ମହାମିଶ୍ରଣ ପର୍ବ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ରାଜ୍ୟସରକାରଙ୍କୁ ସମାଲୋଚନା କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସମୀର ମହାନ୍ତି କହିଛନ୍ତି । ନିମାପଡା ଏବଂ ଦିଗପହଣ୍ଡିର ଉଭୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ସେ କହିଛନ୍ତି ।

ଭୁବନେଶ୍ବର ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 6, 2021, 7:23 AM IST

ABOUT THE AUTHOR

...view details