ଓଡିଶା

odisha

ETV Bharat / city

ଚର୍ଚ୍ଚାରେ ପ୍ରତାପଙ୍କ ମନ୍ତବ୍ୟ: କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଲେ ଉଭୟ କଂଗ୍ରେସ ଓ ବିଜେଡି - ଭାରତର ଇତିହାସ ଭୁଲ

ଇତିହାସ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ଭାରତର ଇତିହାସ ଭୁଲ ବୋଲି କହି ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇ ଦଳ ଟାର୍ଗେଟ କରିଛନ୍ତି।

ଡିଜାଇନ ଫଟୋ

By

Published : Sep 12, 2019, 5:49 PM IST

ଭୁବନେଶ୍ବର: ଇତିହାସ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଘେରିଲେ ଉଭୟ କଂଗ୍ରେସ ଓ ବିଜେଡି । ଭାରତର ଇତିହାସ ଭୁଲ ବୋଲି କହି ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇ ଦଳ ଟାର୍ଗେଟ କରିଛନ୍ତି । ଇତିହାସ ଉପରେ କେହି ଦାଗ ଦେଇପାରିବେନି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିବାବେଳେ ସେ ଜଣେ ବିଜ୍ଞ ଲୋକ, ସେ ଜାଣିଥିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ଆମ ଇତିହାସ ଉପରେ ଦାଗ ପକାଇ ପାରିବେନି ଷଡଙ୍ଗୀ । ସେ ନୀଳଗିରିରେ ଜନ୍ମ ହୋଇଛନ୍ତି । ସେମାନେ ବ୍ରିଟ୍ରିଶଙ୍କୁ ସାହାଯ୍ୟ କରୁଥିଲେ । କିନ୍ତୁ ଆମେ ବ୍ରିଟ୍ରିଶଙ୍କୁ ତଡି ବାହାର କରୁଥିଲୁ ବୋଲି କହି ପ୍ରତାପଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହାସହ ସେ ମୋଦି-ବାଜପେୟୀଙ୍କ ଇତିହାସ ଲେଖନ୍ତୁ ବୋଲି କହିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି କିଏ କାହା ଆଭିମୁଖ୍ୟରୁ କହୁଥିବ ଓ ଅନେକ ଇତିହାସ ଆଜି ବି ଇତିହାସରେ ସ୍ଥାନ ପାଇନି ତେଣୁ ସେଗୁଡିକ ସ୍ଥାନ ପାଇବା ଉଚିତ୍‌ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ସୂଚନା ଥାଉକି, ଭାରତର ଇତିହାସ ଭୁଲ, ଆମକୁ ଭୁଲ ଇତିହାସ ପଢାଯାଉଛି। ତେଣୁ ଇତିହାସ ପୁନଃଲିଖନ ଯେତେ ଶୀଘ୍ର ହେବ ସେତେ ଭଲ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details