ଭୁବନେଶ୍ବର: ମେ’ ୨ରେ ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ଆସାମ ,ପଶ୍ଚିମବଙ୍ଗ ,ପଡୁଚେରୀ, ତାମିଲନାଡୁ ଓ କେରଳ ଫଳାଫଳ ଆସିବ । ପଶ୍ଚିମବଙ୍ଗ ରେ ଦିଦି ପୁଣିଥରେ କ୍ଷମତା ବଜାୟ ରଖିବା ନେଇ ଅଧିକାଂଶ ଏକଜିଟ ପୋଲ ଦେଖାଉଥିବା ବେଳେ ଆସାମରେ ବିଜେପି ଓ କେରଳ ବାମ ସରକାରରେ ରହିବେ । ସେହିପରି ତାମିଲନାଡୁରେ ପରିବର୍ତ୍ତନ ଏବଂ ପଡୁଚେରୀରେ ବିଜେପି ଶାସନ କ୍ଷମତାକୁ ପ୍ରଥମ ଥର ଆସିବ ।
ଦେଶର ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଫଳାଳପ ଘୋଷଣା । ଏହାକୁ ନେଇ ରାଜ୍ୟର ପ୍ରମୁଖ ଦଳ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି ।ଏନେଇ ବିଜେପି ନେତା ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ ,ଏକଜିଟ ପୋଲ ଆହୁରୀ ଭଲ ହେବ ଏକଜାଟ୍ ପୋଲ୍ । ଆସାମ, ପଶ୍ଚିମବଙ୍ଗ ଓ ପୁଦୁଚେରୀରେ ବିଜେପି ସରକାର କରିବ। ତାମିଲନାଡୁରେ ବି ବିଜେପି ମେଣ୍ଟ ଭଲ ଫଳ କରିବ। ପଡୋଶୀ ରାଜ୍ୟର ଫଳା ଫଳ ଓଡିଶା ଉପରେ ପ୍ରଭାବ ପକାଇବ। ବୋଲି କହିଛନ୍ତି ପୃଥୀରାଜ୍ ହରିଚନ୍ଦନ । ସବୁଠୁ ଗୁରୁତ୍ବ କଥା ହେଉଛି ଆସାମ ଦାୟିତ୍ଵରେ ବୈଜୟନ୍ତ ପଣ୍ଡା ଓ ପଶ୍ଚିମବଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକାରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ଏଭଳି କ୍ଷେତ୍ରରେ ଉଭୟ ରାଜ୍ୟରେ ବିଜେପି ସରକାରକୁ ଫେରିଲେ ଓଡ଼ିଶାରେ ପ୍ରଭାବୀ ହେବ ବୋଲି ସେ କହିଛନ୍ତି ।