ଓଡିଶା

odisha

ETV Bharat / city

ଦଲାଲଙ୍କ ପାଇଁ ଓକିଲାତି କରି ଡ୍ରାମା କରୁଛି ବିଜେପି; ବିଜେଡି

ଚାଉଳ ଓ ଧାନ ସଂଗ୍ରହ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଆଜି ପୁଣି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ଧାନ ସଂଗ୍ରହ ରାଜନୀତି ନେଇ ବିଜେପିକୁ ଟାର୍ଗେଟ
ଧାନ ସଂଗ୍ରହ ରାଜନୀତି ନେଇ ବିଜେପିକୁ ଟାର୍ଗେଟ

By

Published : Jan 22, 2021, 3:32 PM IST

ଭୁବନେଶ୍ବର: ରାଜ୍ୟରେ ଥମୁନି ଧାନ ସଂଗ୍ରହ ରାଜନୀତି । ଚାଉଳ ଓ ଧାନ ସଂଗ୍ରହ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଆଜି ପୁଣି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ଧାନ ସଂଗ୍ରହ ରାଜନୀତି ନେଇ ବିଜେପିକୁ ଟାର୍ଗେଟ

ବିଜେପିର ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲୁଛି । ଧାନ ସଂଗ୍ରହରେ ରେକର୍ଡ ହୋଇଛି । ବିଜେଡ଼ି ଚାଷୀ ସହିତ ରହିଛି, ରହିବ ।

ଚାଷୀଙ୍କ ସବୁ ଧାନ ଗୋଟି ଗୋଟି ସଂଗ୍ରହ ହେବ। ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଯାଉଥିବାରୁ ଦଲାଲଙ୍କ ପାଇଁ ଓକିଲାତି କରି ଡ୍ରାମା କରୁଛି ବିଜେପି । ଡ୍ରାମା ଟିଭି ପରଦାରେ କଲେ ଭଲ ହେବ। ଦିଲ୍ଲୀ ଆନ୍ଦୋଳନ ଉପରୁ ସମସ୍ତଙ୍କ ନଜର ହଟାଇବା ଓ ଦଲାଲମାନଙ୍କୁ ଲାଭାନ୍ବିତ କରିବା ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details