ଓଡିଶା

odisha

ETV Bharat / city

ଅଧ୍ୟାପକ-ଅଧ୍ୟାପିକାଙ୍କ ମିସଗାଇଡ ପାଇଁ ରାଜରାସ୍ତାରେ ବିଜେବି ଛାତ୍ରଛାତ୍ରୀ - ବିଜେବି କଲେଜର ବାଣିଜ୍ୟ ଛାତ୍ରଛାତ୍ରୀ

ଅଧ୍ୟାପକ-ଅଧ୍ୟାପିକାଙ୍କ ମିସ୍‌ଗାଇଡ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେବି କଲେଜର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ।

bjb
bjb

By

Published : Jan 18, 2020, 2:23 PM IST

Updated : Jan 18, 2020, 3:33 PM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରଙ୍କ ରାସ୍ତା ଅବରୋଧ। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମିସ୍‌ଗାଇଡ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ବିଜେବି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମିସଗାଇଡ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।


କିଛି ଅଧ୍ୟାପକ-ଅଧ୍ୟାପିକାଙ୍କ କଥାରେ ପଡି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ବିଜେବି କଲେଜର ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମୁଖ୍ୟ ଗେଟ୍ ସାମ୍ନାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସମ୍ପୃକ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

ଅଧ୍ୟାପକ ଅଧ୍ୟାପିକାଙ୍କ ମିସଗାଇଡ ପାଇଁ ରାଜ ରାସ୍ତାରେ ବିଜେବି ଛାତ୍ରଛାତ୍ରୀ

ଏନେଇ ଛାତ୍ରଛାତ୍ରୀ କହିଛନ୍ତି ଯେ, ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ ଘଟଣାରେ ଭୁଲ ବୁଝାମଣା ପାଇଁ ରାସ୍ତାକୁ ଓହ୍ଲାଇଥିଲୁ। ଅଧ୍ୟାପକ-ଅଧ୍ୟାପିକା କହିଥିଲେ ପ୍ରଥମ ବର୍ଷର ପରୀକ୍ଷା ପାଇଁ ପ୍ରସ୍ତୁତ କରିବ। କୋର୍ସ ସରିନଥିଲେ ବି ପ୍ରଶ୍ନ ପଡିବ। କାଳେ ପରୀକ୍ଷାରେ ଫେଲ ହୋଇଯିବୁ ସେନେଇ ପ୍ରତିବାଦ କରିଥଲୁ।


ଏନେଇ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କ କହିବା ଅନୁସାରେ ମିସ୍‌ଗାଇଡ ପାଇଁ ଏଭଳି ସ୍ଥିତି ଉପୁଜିଛି। ପିଲାଙ୍କୁ ଭୁଲ ତଥ୍ୟ ଦେଇଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଷ୍ଟାଫ୍ କାଉନ୍‌ସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 18, 2020, 3:33 PM IST

ABOUT THE AUTHOR

...view details