ଓଡିଶା

odisha

ETV Bharat / city

ନବୀନଙ୍କ ଶୁଭତିଥିରେ ଛୁଟୁଛି ଶୁଭେଚ୍ଛା, ଦୀର୍ଘାୟୁ କାମନା କଲେ ମୋଦି

ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭ ଜନ୍ମଦିନରେ ଛୁଟୁଛି ହେଭିୱେଟଙ୍କ ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Oct 16, 2020, 9:53 AM IST

ନବୀନଙ୍କ ଶୁଭତିଥିରେ ଛୁଟୁଛି ଶୁଭେଚ୍ଛା, ଦୀର୍ଘାୟୁ କାମନା କଲେ ମୋଦି
ନବୀନଙ୍କ ଶୁଭତିଥିରେ ଛୁଟୁଛି ଶୁଭେଚ୍ଛା, ଦୀର୍ଘାୟୁ କାମନା କଲେ ମୋଦି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମଦିନ । 75 ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍‌ କାରଣରୁ ଜନ୍ମଦିନ ପାଳିବେନି ନବୀନ। ତେବେ ମୁଖ୍ୟମନ୍ତ୍ରୀ ଏହି ଶୁଭ ତିଥିରେ ହେଭିୱେଟ ନେତା ମନ୍ତ୍ରୀଙ୍କ ପାଖରୁ ଛୁଟିଛି ଶୁଭେଚ୍ଛାର ସୁଅ।

ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି । ସେହିପରି କେନ୍ଦମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା କରିଛନ୍ତି ।

''ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ନବୀନ ବାବୁ । ମହାପ୍ରଭୂ ଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ'' ବୋଲି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେହିପରି ଲୋକସଭା ବାଚସ୍ପତି ଓମବିର୍ଲା, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ, ଜୁଏଲ ଓରାମ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

''ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା। ଭଗବାନ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖମୟ ଜୀବନ ଦେଇ ଆଶୀର୍ବାଦ କରନ୍ତୁ'' ବୋଲି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଲେଖିଛନ୍ତି । ତେବେ ସମସ୍ତଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନବୀନଙ୍କ ଶୁଭତିଥିରେ ଛୁଟୁଛି ଶୁଭେଚ୍ଛା, ଦୀର୍ଘାୟୁ କାମନା କଲେ ମୋଦି

ABOUT THE AUTHOR

...view details