ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା। ବିଭିନ୍ନ ଚିକେନ ସେଣ୍ଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ। ଓୟୁଏଟିର 1 କିମି ପର୍ଯ୍ୟନ୍ତ ପରିଧି ଭିତରେ ପ୍ରଥମେ ଏହା କରାଯିବ ।
ଏଥିରେ କୁକୁଡା ମାରିବା ସହ ଅଣ୍ଡା ଓ ଖାଦ୍ୟ ନଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ 1କିମି ପର୍ଯ୍ୟନ୍ତ, ପରେ 3କିମି ଓ ତାପରେ 10 କିମି ପର୍ଯ୍ୟନ୍ତ କୁକୁଡା ନଷ୍ଟ ପାଇଁ ଯୋଜନା ରହିଛି ।
ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ; ଆଜିଠୁ ଚିକେନ ବିକ୍ରି ଉପରେ ଲାଗିବ କଟକଣା ତେବେ ଓୟୁଏଟିରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ପ୍ରଥମେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 100କୁକୁଡା ମରିଥିଲେ। ପରେ 300 ଓ ତା ପରେ 1200 କୁକୁଡା ମରିଥିଲେ ଯାହାର ପୋଷ୍ଟମର୍ଟମ କରିବା ସହ ଭୋପାଳକୁ ନମୁନା ପଠାଯାଇଥିଲା । ରିପୋର୍ଟ ପଜେଟିଭ ଆସିବା ପରେ କୁକୁଡା ମାରିବାକୁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇଥିଲା। ତେବେ 2500 କୁକୁଡା ଗବେଷଣା କେନ୍ଦ୍ରରେ ରହିଥିବା ବେଳେ 12ଶହ କୁକୁଡା ମରିସାରିଲେଣି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ