ଭୁବନେଶ୍ବର:ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ । ଆରମ୍ଭ ହୋଇଛି ବାର୍ଡ ଫ୍ଲୁ ଅପରେସନ । ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯାଇଛି । ଏନେଇ ଏକ ସ୍ବତନ୍ତ୍ର ଟିମ ପ୍ରତିଶୋଧକମୂଳକ ଭାବେ ସମସ୍ତ ଆକ୍ରାନ୍ତ କୁକୁଡାକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ସମସ୍ତ କୁକୁଡାକୁ ଗବେଷଣା କେନ୍ଦ୍ର ପରିସରରେ 10ମିଟର ଏକ ଗଭୀର ଖାତ କରାଯାଇ କମ୍ପୋଷ୍ଟ ଦେଇ ପୋତି ଦିଆଯାଇଛି ।
ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟି ପରିସରରୁ ମରାଗଲା କୁକୁଡା - Bird flu operation
ଆଜି ଠାରୁ ଆରମ୍ଭ ହୋଇଯାଇଛି କୁକୁଡା ମରା ଅଭିଯାନ । ଏହି ଅଭିଯାନରେ ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯିବ ସହ ଗବେଷଣା କେନ୍ଦ୍ରର 1କିମି ପରିଧି ମଧ୍ୟରେ ସମସ୍ତ ଚିକେନ ସେଣ୍ଟର ଉପରେ ଚଢାଉ କରାଯାଇଛି ।
ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟି ପରିସରରୁ ମରାଗଲା କୁକୁଡା
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ