ଓଡିଶା

odisha

ETV Bharat / city

କାଲିଠୁ କୁକୁଡା ମରା ଅଭିଯାନ, ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ - bird flu in ouat

ଇଟିଭି ଭାରତ ମହାପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା । ବାର୍ଡ ଫ୍ଲୁ ହୋଇଥିବା ମାନିଲେ ଓୟୁଏଟି କର୍ତ୍ତୃପକ୍ଷ । ମଙ୍ଗବାର ଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ଅଧିକ ପଢନ୍ତୁ...

bird flu in ouat
bird flu in ouat

By

Published : Jan 27, 2020, 8:47 PM IST

Updated : Jan 28, 2020, 10:01 AM IST

ଭୁବନେଶ୍ବର: ରାଜଧାନୀରେ ପୁଣିଥରେ ବାର୍ଡଫ୍ଲୁ ଆତଙ୍କ । ଗତ କିଛିଦିନ ଧରି ଲଗାତାର କୁକୁଡା ମଡକ ହୋଇଥିଲା ଭୁବନେଶ୍ବରର ଓୟୁଏଟି ଫାର୍ମରେ । ଫଳରେ ଏହା ଦେଖି କର୍ତ୍ତୃପକ୍ଷ ସନ୍ଦେହରେ ରକ୍ତ ନମୂନା ସଂଗ୍ରହ କରି ଭୋପାଳ ସ୍ଥିତ ଜାତୀୟ ପରୀକ୍ଷାଗାରକୁ ପଠାଇଯାଇଥିଲା । ସେଠାରୁ ଯେଉଁ ରିପୋର୍ଟ ଆସିଥିଲା ସେଥିରେ କର୍ତ୍ତୃପକ୍ଷଙ୍କ ହୋସ ଉଡିଗଲା ।

ETV BHARAT IMPACT ; ମଙ୍ଗଳବାର ଠାରୁ କୁକୁଡା ମରା ଅଭିଯାନ

ରିପୋର୍ଟ ଆସିଲା ବାର୍ଡଫ୍ଲୁ । ଭୋପାଳ ଯାଇଥିବା ନମୂନାରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ଏହାପରେ କର୍ତ୍ତୃପକ୍ଷ ଗୁପ୍ତ ଭାବେ ଆରମ୍ଭ କଲେ ତନାଘନା । କୁକୁଡା ମାରିବା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । କିନ୍ତୁ ଏହି ଖବର ଯଥା ସମ୍ଭବ ଗୁପ୍ତ ରଖିବା ପାଇଁ ପ୍ରୟାସ ଚାଲିଥିଲା । ହେଲେ ସୋମବାର ଅପରାହ୍ନରେ ଇଟିଭି ଭାରତରେ ପ୍ରଥମେ ଏକ୍ସକ୍ଲୁସିଭ ଖବର ପ୍ରସାରଣ ହୋଇଥିଲା । ଏହାପରେ ଘଟଣା ଲୁଚାଇବାକୁ କୌଣସି ବାଟ ନଥିଲା କର୍ତ୍ତୃପକ୍ଷଙ୍କ ନିକଟରେ । ଯଦିଓ ସେତେବେଳେ ଘଟଣାକୁ ସ୍ବୀକାର କରୁନଥିଲେ କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କଲେ ।

ETV BHARAT IMPACT ; ମଙ୍ଗଳବାର ଠାରୁ କୁକୁଡା ମରା ଅଭିଯାନ

ରାଜ୍ୟ ସରକାର ତୁରନ୍ତ ଘଟଣାକୁ ନେଇ ତନାଘନା ଆରମ୍ଭ କରିବା ସହ କୁକୁଡା ମାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମା ଅନୁସାରେ ଓୟୁଏଟିର 1 କିମି ପରିଧି ମଧ୍ୟରେ ମଙ୍ଗଳବାର ଠାରୁ ସମସ୍ତ କୁକୁଡା ମରାଯିବ । ଏନେଇ ଚିଠି ଲେଖିଛି ପଶୁ ସମ୍ପଦ ବିଭାଗ । କେନ୍ଦ୍ର ସରକାରଙ୍କ ଗଇଡ ଲାଇନ୍ସ ଅନୁସାରେ ଏହି କାର୍ଯ୍ୟ ଆରମ୍ଭ ହେବ । H-5 N1 ଭୂତାଣୁ ପ୍ରମାଣ ମିଳିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ମାନଦଣ୍ଡ ଅନୁସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନନ୍ଦନକାନନ ପକ୍ଷୀ ବିହାର ବନ୍ଦ ରହିବ ।

କାଲିଠୁ କୁକୁଡା ମରା ଅଭିଯାନ, ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ


ତେବେ ଏହି ବାର୍ଡୁ ଫ୍ଲୁ ରାଜଧାନୀରେ ସୀମିତ ରହୁଛି ନା ଅନ୍ୟ ଜିଲ୍ଲାକୁ ବ୍ୟାପୁଛି ତାଉପରେ ନଜର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତାପସ ପରିଡା, ଇଟିଭି ଭାରତ

Last Updated : Jan 28, 2020, 10:01 AM IST

ABOUT THE AUTHOR

...view details