ଓଡିଶା

odisha

ETV Bharat / city

ବାର୍ଡ ଫ୍ଲୁ ନିୟନ୍ତ୍ରଣ; ଭୟଭୀତ ନହେବାପାଇଁ କେନ୍ଦ୍ରୀୟ ଟିମର ପରାମର୍ଶ - କେନ୍ଦ୍ରୀୟ ଟିମର ପରାମର୍ଶ

ରାଜ୍ୟ ରାଜଧାନୀରେ ବାର୍ଡ ଫ୍ଲୁ କୁ ନେଇ ସୃଷ୍ଟି ହୋଇଥିବା ଭୟ ସାମାନ୍ୟ ପ୍ରଶମିତ ହୋଇଛି । ଶୁକ୍ରବାର କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଟିମ ଆଶ୍ବାସନ ଦେଇଛି ବାର୍ଡ ଫ୍ଲୁ ବର୍ତ୍ତମାନ ନିୟନ୍ତ୍ରଣାଧିନ ।

CENTRAL TEAM
CENTRAL TEAM

By

Published : Jan 30, 2020, 9:25 PM IST

ଭୁବନେଶ୍ବର: ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ବର ଆସିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ତିନିଜଣିଆ ଟିମ। ଟିମ ଗୁରୁବାର ଓୟୁଏଟି ଫାର୍ମ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ବାର୍ଡ ଫ୍ଲୁ ନିୟନ୍ତ୍ରଣ; ଭୟଭୀତ ନହେବାପାଇଁ କେନ୍ଦ୍ରୀୟ ଟିମର ପରାମର୍ଶ

ବାର୍ଡଫ୍ଲୁ ଚିହ୍ନଟ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ପଶୁ ସମ୍ପଦ ବିଭାଗ ସମେତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କେନ୍ଦ୍ରୀୟ ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପରେ ଜନ ସ୍ବାସ୍ଥ୍ୟ ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ବିଭାଗ କରିଛନ୍ତି। ବୈଠକ ଶେଷରେ କେନ୍ଦ୍ରୀୟ ଟିମ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଥିବା ଓୟୁଏଟି ଫାର୍ମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଟିମ ୧୦ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ରହି ସ୍ଥିତି ଉପରେ ନଜର ରଖିବ ।


ନିଷ୍ପତ୍ତି ଅନୁସାରେ ବାର୍ଡଫ୍ଲୁ ସଂକ୍ରମଣ ସ୍ଥାନ ସମେତ ଆଖପାଖର ୧୦ କିଲୋମିଟର ବ୍ୟାପି କୁକୁଡା ରକ୍ତ ନମୂନା ସଂଗ୍ରହ କରାଯିବ । ଏତତ ବ୍ୟତିତ ସଂପୃକ୍ତ ଅଞ୍ଚଳରେ ସପ୍ତାହକୁ ୨ ଥର ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ଦ୍ବାରା ବାର୍ଡ ଫ୍ଲୁ କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଯୋଜନା କରିଛି ପଶୁ ସଂପଦ ବିଭାଗ ।


ସ୍ଥିତି ଅନୁଧ୍ୟାନ ପରେ ବାର୍ଡ ଫ୍ଲୁ କୁ ନେଇ ଜନ ସାଧାରଣ କୌଣସି ଭୟଭୀତ ନହେବା ପାଇଁ କେନ୍ଦ୍ରୀୟ ଟିମ ପରାମର୍ଶ ଦେଇଛି । ବାର୍ଡ ଫ୍ଲୁ ଏକ ସୀମିତ ଅଞ୍ଚଳରେ ରହିଛି । ଆଗୁଆ ପଦକ୍ଷେପ ନିଆଯାଇଛି। ସଂକ୍ରମଣ ଯେମତି ନବ୍ୟାପିବ ବୈଜ୍ଞାନିକ ପଦ୍ଧତିରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଏହାସହ ଏପର୍ଯ୍ୟନ୍ତ କୌଣସି ଲୋକଙ୍କ ପାଖରେ ଜ୍ଜର ହୋଇଥିବାର ରିପୋର୍ଟ ଆସିନାହିଁ । ସ୍ଥିତି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରହିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details