ଓଡିଶା

odisha

ETV Bharat / city

ଭୁବନେଶ୍ଵରରେ Crime ଖୋର୍ଦ୍ଧାରୁ ଅପରେଟ: ଧରାପଡିଲେ ୫ ଲୁଟେରା, ୩୫ ଗାଡି ଜବତ - ଧରାପଡିଲା ବାଇକ ଲୁଟେରା ଗ୍ୟାଙ୍ଗ

ରାଜଧାନୀରୁ ଗାଡି ଚୋରି । ଭୁବନେଶ୍ଵର‌ ବାହାରେ ବିକ୍ରି । ବାଇକ ଲୁଟେରା ଗ୍ୟାଙ୍ଗକୁ(Bike Lootera Gang) ଧରିଲା ପୋଲିସ । ୩୫ ଚୋରା ବାଇକ ଜବତ । ଅଧିକ ପଢନ୍ତୁ..

ଭୁବନେଶ୍ଵରରେ Crime ଖୋର୍ଦ୍ଧାରୁ ଅପରେଟ: ଧରାପଡିଲେ ୩୫ ଚୋରା ବାଇକର ୫ଜଣିଆ ରାକେଟ
ଭୁବନେଶ୍ଵରରେ Crime ଖୋର୍ଦ୍ଧାରୁ ଅପରେଟ: ଧରାପଡିଲେ ୩୫ ଚୋରା ବାଇକର ୫ଜଣିଆ ରାକେଟ

By

Published : Nov 22, 2021, 5:40 PM IST

ଭୁବନେଶ୍ଵର: ରାଜଧାନୀରୁ ଗାଡି ଚୋରି । ଭୁବନେଶ୍ଵର‌ ବାହାରେ ବିକ୍ରି । ଅଧାଠୁ ଅଧା ଦାମରେ ବିକୁଥିଲେ ଅପରାଧି । ଏ ଗାଡିର ଇଞ୍ଜିନ ଆର ଗାଡିରେ ଖଞ୍ଜି । ଦାମିକିଆ ଗାଡିର ପାର୍ଟସ ଗ୍ୟାରେଜରେ ହେଉଥିଲା ବିକ୍ରି । ଏମିତି ଢଙ୍ଗରେ କ୍ରାଇମ କରୁଥିଲେ ଅପରାଧି । ଏମାନଙ୍କର ଟାର୍ଗେଟରେ ଥିଲା ସହର । ଘର ସାମ୍ନା ହେଉ ବା ପାର୍କିଂ ମାଷ୍ଟର କି(key)ରେ ଗାଡି ଚୋରି କରି ବାହାରକୁ ଉଠାଉ ନେଉଥିଲେ।

ଭୁବନେଶ୍ଵରରେ Crime ଖୋର୍ଦ୍ଧାରୁ ଅପରେଟ: ଧରାପଡିଲେ ୩୫ ଚୋରା ବାଇକର ୫ଜଣିଆ ରାକେଟ

ଖୋର୍ଦ୍ଧା, ନୟାଗଡ ,ଆଠଗଡ ନରସିଂହପୁର,ଢେଙ୍କାନାଳ,ଅନୁଗୋଳ ଭଳି ଉପାନ୍ତ ଅଞ୍ଚଳକୁ ଚୋରାଗାଡି ସପ୍ଲାଏ ହେଉଥିଲା । ଆଉ ଚୋରି କରିବାକୁ ଖୋର୍ଦ୍ଧାରୁ ଆସୁଥିଲେ ଏହି ୫ ଜଣିଆ ଗ୍ୟାଙ୍ଗ । ଯେଉଁମାନେ ହେଲେ ପ୍ରଶାନ୍ତ ଲେଙ୍କା ,ଦିପକ ନାୟକ,ଦୁଶ୍ମନ୍ତ ବେହେରା,ରମେଶ ନାୟକ ଓ ବିଜୁ ନାୟକ । ସମସ୍ତେ ପ୍ରଶାନ୍ତଙ୍କ କାରରେ ମିଳିମିଶି ଆସୁଥିଲେ। ସହରରେ ବୁଲି ବୁଲି ଦିନକୁ ୫ରୁ ଅଧିକ ଗାଡି ଉଠାଉ ଥିଲା ଏ ଗ୍ୟାଙ୍ଗ ।

କାରରେ ଆସୁଥିବା ବେଳେ ଚୋରା ବାଇକରେ ଯାଉଥିଲେ । ଏମାନଙ୍କ ସହ ସେଟିଂରେ ଥିଲେ କିଛି ଗ୍ୟାରେଜ । ଯେଉଁମାନଙ୍କ ଜରିଆରେ ଏମାନେ ସାରା ରାଜ୍ୟରେ ଚୋରା ବାଇକ ରାକେଟ (bike racket) ଚଳାଇଥିଲେ । ଏହିଭଳି ଢଙ୍ଗରେ ପୁରା ରାଜଧାନୀରୁ ଚୋରି କରି ବାହାରେ ବିକ୍ରି କରିଥିବା ବେଳେ ଧରାପଡିଛି ୩୫ଟି ଚୋରା ବାଇକ । ଯାହାକୁ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ହେଲେ ଏହି ନେଟଓ୍ବାର୍କରେ ମାତ୍ର ୫ଜଣ ଗିରଫ ହୋଇଥିବା ବେଳେ ଆହୁରି ଚୋରା ଗାଡି ସପ୍ଲାୟ ରାକେଟରେ ଅନେକ ଅଛନ୍ତି ।

ଯାହାଙ୍କ‌ ନିକଟରେ ପହଞ୍ଚିପାରିନି ପୋଲିସ । ତେବେ, ଏପର୍ଯ୍ୟନ୍ତ ଖୋର୍ଦ୍ଧା ,ଏୟାରଫିଲଡ,ଭରତପୁର ,ଖଣ୍ଡଗିରି ଥାନାରେ ଥିବା ୯ଟି କେସ ପୋଲିସ ଟ୍ରାକ କରିଥିବା ବେଳେ ବାକି ଗାଡିର ସୁରାକ ପାଇନି ପୋଲିସ । ଏନେଇ ସେସବୁ ଗାଡିର‌ ନମ୍ବରକୁ ଆଧାର କରି ଗାଡି ମାଲିକଙ୍କୁ ଖୋଜା ଚାଲିଛି । ଯେତିକି ମାଲିକଙ୍କ ସୁରାକ ମିଳିଛି । ସେମାନଙ୍କୁ ଗାଡି ହସ୍ତାନ୍ତର‌ କରାଯାଇଛି‌ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details