ଓଡିଶା

odisha

ETV Bharat / city

ଏମ୍ସରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା

ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଭୁବନେଶ୍ବର ଏମ୍ସରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିବ ।

By

Published : Jun 18, 2019, 7:36 PM IST

Updated : Jun 18, 2019, 11:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା । ଭୁବନେଶ୍ବରର ସ୍ଥିତ ଏମ୍ସରେ ଏହି ସୁବିଧା ପାଇବେ ସାଧାରଣ ଲୋକେ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମିଳିବ ।

ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ବର ଏମ୍ସରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକାଙ୍କ ଉପସ୍ଥିତିରେ ଏନେଇ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି ।

ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jun 18, 2019, 11:55 PM IST

ABOUT THE AUTHOR

...view details