ଭୁବନେଶ୍ବର: ସେ କେବଳ ରାଜନେତା ନୁହଁନ୍ତି, ସେ ରାଷ୍ଟ୍ରନେତା । ପ୍ରତି ଓଡଆଙ୍କ ଘରେ ଘରେ ପରିଚିତ ସଭିଁଙ୍କ ପ୍ରିୟ ବିଜୁ ବାବୁ । କିଏ କହେ ତାଙ୍କୁ ରାଜନୀତିର ବିନ୍ଧାଣୀ ତ ଆଉ କିଏ କହେ ଦରଦୀଙ୍କ ବନ୍ଧୁ। ଆଜି ସେହି ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି। 1997 ମସିହା ଆଜିର ଦିନରେ ଏହି ମହାନ ପ୍ରବାଦ ପୁରୁଷଙ୍କ ମହାପ୍ରୟାଣ ହୋଇଥିଲା। ଆଜି କିନ୍ତୁ 23 ବର୍ଷରେ ପ୍ରଥମ ଥର ପାଇଁ ନିରାଡ଼ମ୍ବର ଭାବରେ ପାଳୁଛି ଓଡିଶା। ନା ରହିଛି କାର୍ଯ୍ୟକ୍ରମ ନା ସଭା ସମିତି। ଦଳୀୟ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ବି କରାଯାଇ ନାହିଁ।
ବିଜୁ ବାବୁଙ୍କ 23ତମ ଶ୍ରାଦ୍ଧ ବାର୍ଷିକୀ, ପ୍ରଥମ ଥର ପାଇଁ ନିରାଡ଼ମ୍ବର ଭାବେ ପାଳୁଛି ଓଡିଶା ମହାମାରୀ କରୋନା ପାଇଁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ସମସ୍ତେ କେବଳ ଘରେ ରହି ବିଜୁ ବାବୁଙ୍କୁ ସ୍ମରଣ କରିବେ। ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ବିଜୁ ବାବୁଙ୍କ 23ତମ ଶ୍ରାଦ୍ଧ ବାର୍ଷିକୀ, ପ୍ରଥମ ଥର ପାଇଁ ନିରାଡ଼ମ୍ବର ଭାବେ ପାଳୁଛି ଓଡିଶା ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି।
ଏଥିସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ (ରକ୍ତ ସଂଗ୍ରହ ) କାର୍ଯ୍ୟ ଜାରି ରଖିବେ।
ଏଭଳି ଏକ କଠିନ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେଶସେବା ଓ ଉତ୍ସର୍ଗୀକୃତ ମନୋଭାବକୁ ସବୁଦିନ ମନେ ରଖିବି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।
ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ, ନେତୃ ମଣ୍ଡଳୀ, ଛାମୁଆ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରାଯାଇଛି । କୌଣସି ପରିସ୍ଥିତିରେ ପଦାକୁ ନ ବାହାରି ଘର ଭିତରେ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ