ଓଡିଶା

odisha

ETV Bharat / city

ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି - ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗକୁ ପୁଣି ବିଜେପି ଉଠାଇ ରାଜ୍ୟପାଳଙ୍କୁ ଗୁରୁବାର ଭେଟିଛି । ଅଧିକ ପଢନ୍ତୁ...

Biju Pakka ghar Yojana issue, BJP met Governor on Thursay
ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି

By

Published : Jan 28, 2021, 4:31 PM IST

ଭୁବନେଶ୍ବର: ପୁଣି ବିଜୁ ପକ୍କା ଘର ଯୋଜନାର କେଳେଙ୍କାରୀ ସାମନାକୁ ଆସିଛି । ନାମ ଫଳକରେ ଛୋଟବଡ଼ ଅସମାନତା ନେଇ ଗୁରୁତର ଅଭିଯୋଗ ଆଣିଛି ବିଜେପି । ଏ ନେଇ ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ ଫଳକରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ପାଇଁ ଦାବି କରିଛି ।

ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେନ୍ଦ୍ର ରାଜ୍ୟକୁ ଅର୍ଥ ଯୋଗାଇ ଆସୁଛି । ସେହି ଅର୍ଥରେ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇ ବିଜୁ ପକ୍କା ଘର ଯୋଜନା ଫଳକ ଲଗାଯାଉଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 60 ପ୍ରତିଶତ ଅର୍ଥ ଦିଆଯାଉଥିଲେ ମଧ୍ୟ ଫଳକରେ ଏହି ଯୋଜନାର ନାମକୁ ଛୋଟ ଅକ୍ଷରରେ ଲେଖାଯାଉଛି ବୋଲି ବିଜେପି ଅଭିଯୋଗ ସହ ପ୍ରମାଣ ଦାଖଲ କରିଛି । ତେବେ ଫଳକରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ପାଇଁ ବିଜେପି ରାଜ୍ୟପାଳଙ୍କୁ ଭେଟି ଦାବି କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details