ଓଡିଶା

odisha

ETV Bharat / city

Dhamnagar By-Poll: ବିଜେପି ସହ ସ୍ୱାଧୀନ ପ୍ରାର୍ଥୀଙ୍କ ଲଢେଇ ହେବ: ବିଜେପି - ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଧାମନଗରରେ ବିଜେଡି ତୃତୀୟ ସ୍ଥାନରେ ରହିବ । ବିଜେପି-ବିଜେଡି ନୁହେଁ ବରଂ ବିଜେପି ସହ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ସହ ଲଢେଇ ହେବ । କେବଳ ଧାମନଗର ନୁହେଁ ଓଡିଶା ବ୍ୟାପୀ ବିଜୁ ଜନତା ଦଳ ନେତୃତ୍ବ ବିରୋଧରେ ବିଦ୍ରୋହର ବାତାବରଣ ସୃଷ୍ଟି ହୋଇଛି ।" ଅଧିକ ପଢନ୍ତୁ

Dhamnagar By Poll: ବିଜେପି ସହ ସ୍ବାଧୀନ ପ୍ରାର୍ଥୀ ଲଢେଇ ହେବ: ବିଜେପି
Dhamnagar By Poll: ବିଜେପି ସହ ସ୍ବାଧୀନ ପ୍ରାର୍ଥୀ ଲଢେଇ ହେବ: ବିଜେପି

By

Published : Oct 17, 2022, 8:33 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଉପନିର୍ବାଚନ ଲଢେଇରେ 5 ଜଣ ପ୍ରାର୍ଥୀ ଥିବା ବେଳେ, ଉପନିର୍ବାଚନରେ ନିଜ ବିଜୟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ବେଶ ଆଶ୍ବସ୍ତି ଅଛି । ହେଲେ ବିଜେପିର ଏହି ଆଶ୍ବସ୍ତି କେତେ ଆଶାଜନକ ହେବ ତାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ସ୍ପଷ୍ଟ ହେବ ।

ବିଜେପି ସହ ସ୍ୱାଧୀନ ପ୍ରାର୍ଥୀଙ୍କ ଲଢେଇ ହେବ

ଏହି ପ୍ରସଙ୍ଗ ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଧାମନଗରରେ ବିଜେଡି (Biju Janata Dal ) ତୃତୀୟ ସ୍ଥାନରେ ରହିବ । ବିଜେପି-ବିଜେଡି ନୁହେଁ ବରଂ ବିଜେପି ସହ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ସହ ଲଢେଇ ହେବ । କେବଳ ଧାମନଗର ନୁହେଁ ଓଡିଶା ବ୍ୟାପୀ ବିଜୁ ଜନତା ଦଳ ନେତୃତ୍ବ ବିରୋଧରେ ବିଦ୍ରୋହର ବାତାବରଣ ସୃଷ୍ଟି ହୋଇଛି ।"

ବିଜେଡି ବର୍ତ୍ତମାନ ବାରୁଦ ଗଦା ଉପରେ ଛିଡା ହୋଇଛି । ଯେ କୌଣସି ମୁହୂର୍ତ୍ତରେ ବିସ୍ଫୋରଣ ଘଟିବ ତାହା କେହି ବି କହି ପାରିବେ ନାହିଁ । ଏକଛତ୍ରବାଦ ଶାସନ ଅଧିକ ଦିନ ଚାଲେ ନାହିଁ । ଏସବୁର ପ୍ରତିଫଳନ ଏବେ ହେଉଛି । ଲୋକଙ୍କର ଜନ ସମର୍ଥନ ବିଜେପି ସହ ରହିଛି । ଦଳୀୟ ପ୍ରାର୍ଥୀ ଜିତିବାର ସମ୍ଭାବନା ଧାମନଗରରେ ବହୁ ଗୁଣିତ ହେଉଛି । ଭୋଟ ସେଠି ନିଶ୍ଚିତ ଭାବେ ବିଭାଜିତ ହେବ । କାରଣ ରାଜେନ୍ଦ୍ର ଦାସ ବିଜେଡିର ପ୍ରକୃତ ନେତା ଭଳି ଥିଲେ ।

ତେଣୁ ବିଜେପି ସହିତ ବିଜେଡି ଫାଇଟ ହେବା ଅପେକ୍ଷା ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ସହ ହୋଇପାରେ । ସେଠି ବିଜେପି ପ୍ରଥମ ଦଳ ଅଛି, ଦ୍ୱିତୀୟରୁ ତୃତୀୟକୁ ବିଜେଡି ଖସିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details