ଭୁବନେଶ୍ବର: ୟେସ ବ୍ୟାଙ୍କ ଦେବାଳିଆ ହେବା ଘଟଣାକୁ ନେଇ ଅନେକ ଆକାଉଣ୍ଟଧାରୀ ଏବେ ଗଭୀର ଚିନ୍ତାରେ । ଅନ୍ୟପଟେ ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ୨୦୧୫ରେ ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା ନେଇ ଜଣାଇଥିଲେ AG ମାତ୍ର ସରକାର କାହିଁକି 5ବର୍ଷ ଧରି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।
ଗଜପତି ମହାରାଜା ଓ ପରିଚାଳନା କମିଟି ମଧ୍ୟ ଜାଣିନାହାଁନ୍ତି । ପରିଚାଳନା କମିଟିର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି ବୋଲି କହିଛନ୍ତି ବିଜୟ । ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି ବୋଲି ପ୍ରଶ୍ନ ଉଠାଇଛନ୍ତି । ଏମାନେ ବର୍ତ୍ତମାନ ସରକାରଙ୍କ ଗେହ୍ନା ପୁଅ ବୋଲି କଟାକ୍ଷ କରିଛନ୍ତି ବିଜୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ଥାୟୀ ପ୍ରଶାସକ ନିଯୁକ୍ତି କଣ ପାଇଁ ଦିଆଗଲା ନାହିଁ । ନିଜ ସ୍ବାର୍ଥ ପାଇଁ ସମସ୍ତ କାମ ବେଆଇନ ଭାବେ କରିଛନ୍ତି ।ସମସ୍ତେ ବିରୋଧ କରିବା ସତ୍ତ୍ବେ ଜଣେ ସିଏ ,YES Bank ସପକ୍ଷରେ ଯୁକ୍ତି କରୁଥିବା କଥା କହିଛନ୍ତି ବିଜୟ ।