ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଭୋଟ ଗ୍ରହଣ। କୌଣସି ସ୍ଥାନରେ ସୃଷ୍ଟି ହୋଇନାହିଁ ଆଇନ ଶୃଙ୍ଖଳା ପରିସ୍ଥିତି । ଉପନିର୍ବାଚନରେ 79.17 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, 24ରେ ଗଣତି - ବିଜେପୁର ଉପନିର୍ବାଚନ ଭୋଟ ଗଣତି
ବିଜେପୁର ଉପନିର୍ବାଚନ ଭୋଟ ଗଣତି ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଆସନ୍ତା 24 ତାରିଖରେ ଭୋଟଗଣତି ଥିବାବେଳେ 103 ଜଣ ଅଧିକାରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।
ଚଳିତବର୍ଷ ସାଧାରଣ ନିର୍ବାଚନରେ 79 ପ୍ରତିଶତ ମତଦାନ ହୋଇଥିଲାବେଳେ ଉପନିର୍ବାଚନରେ ଦଶମିକ ଶତର ପ୍ରତିଶତ ଅଧିକ ଭୋଟଗ୍ରହଣ ହେଇଛି । ସେହିପରି ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଂ 14ଟି ଟେବୁଲ ରହିଛି। ସକାଳ 8ଟା ଠାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ଗଣତି ପ୍ରକିୟା ପାଇଁ ଜଣେ ଜଣେ ମାଇକ୍ରୋ ଅବଜରବର ରହିବେ । ଏହା ସହ କାଉଣ୍ଟି ଏଜେଣ୍ଟ ମଧ୍ୟ ଉଗପସ୍ଥିତ ରହିବେ । ଯେଉଁଥିପାଇଁ ସମସ୍ତ ପ୍ରଶିକ୍ଷଣ ଶେଷ ହୋଇଛି । ସମୁଦାୟ ୧୦୩ ଜଣ ଅଧିକାରୀଙ୍କୁ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ