ଓଡିଶା

odisha

ବିଜେପୁର ଉପନିର୍ବାଚନ: 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦଳର ଷ୍ଟାର ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି ।

By

Published : Oct 3, 2019, 2:35 PM IST

Published : Oct 3, 2019, 2:35 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦଳର ଷ୍ଟାର ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି । 40 ଜଣିଆ ତାଲିକାରେ ଡର୍ଜନରୁ ଅଧିକ ମନ୍ତ୍ରୀ ରହିଥିବାବେଳେ ପଶ୍ଚିମ ଓଡିଶାରୁ ସବୁ ନେତାଙ୍କୁ ସ୍ଥାନ ଦିଆଯାଇଛି ।

ତାଲିକାରେ ସାଂସଦ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ ଭଳି ଅଭିନେତା ରହିଛନ୍ତି । ସେହିଭଳି ମହିଳା ସଂଗଠନ ପକ୍ଷରୁ ମଧ୍ୟ ଅନେକ ନେତ୍ରୀଙ୍କୁ ସ୍ଥାନ ମିଳିଛି । ତେବେ ବିଜେଡି ପକ୍ଷରୁ ପୂରା ଟିମ ଏବେ ସବୁ ପଞ୍ଚାୟତରେ ଡେରା ପକାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details