ଓଡିଶା

odisha

ବିଜେପୁର ପାଇଁ ବିଜେଡିର ରଣନୀତି, କାହା ସହିତ ହେବନି ବୁଝାମଣା

ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବସିବାକୁ ଯାଉଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

By

Published : Sep 22, 2019, 4:45 PM IST

Published : Sep 22, 2019, 4:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ । ମଇଦାନକୁ ଓହ୍ଲାଇବେ ହେଭିୱେଟ୍ । ରାଜ୍ୟ ଦେଖିବ ଆଉ ଏକ ହାଇଭୋଲଟେଜ ଉପନିର୍ବାଚନ । ନିର୍ବାଚନରେ ଅନ୍ୟଦଳକୁ ମାତ୍ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଶାସକ ଦଳ । ଉପନିର୍ବାଚନକୁ ଆଖି ଆଗରେ ରଖି ସୋମବାର ବସିବାକୁ ଯାଉଛି ବୈଠକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତୃଣମୂଳ ସ୍ତରରୁ ଆସିଥିବା ରିପୋର୍ଟ ଦଳର ସୁପ୍ରିମୋଙ୍କୁ ଦିଆଯିବ । ଆଗାମୀ ଦିନରେ କ’ଣ ହେବ ଦଳର ରଣନୀତି ଖସଡା ପ୍ରସ୍ତୁତ କରିବ ବିଜେଡି । ନିର୍ବାଚନରେ କାହା ସହ ବୁଝାବଣା କରିବନି ଦଳ । ଏପରିକି ବନ୍ଧୁତ୍ବପୂର୍ଣ୍ଣ ଲଢେଇର ପ୍ରଶ୍ନ ଉଠୁନି ବୋଲି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ସବୁଥର ଭଳି ଏଥର ମଧ୍ୟ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details