ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନାଜଳ୍ପାନର ଅନ୍ତଘଟାଇ ପୁଣି ଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଗତବର୍ଷ ନଭେମ୍ବର ମାସରେ ବିଜେପିକୁ ବଏ ବାଏ କହିଥିଲେ ବିଜୟ । ପୁରୁଣା ରାଗ ଅଭିମାନକୁ ଭୁଲି ପୁଣିଥରେ ପଦ୍ମଗଡିଆରେ ମିଶିଛନ୍ତି ସେ।
ବିଜେପିକୁ ଫେରିଲେ ବିଜୟ - bjp return
ଗତବର୍ଷ ନଭେମ୍ବରରେ ବିଜେପି ଛାଡିଥିବା ବିଜେପି ମହାପାତ୍ର ପୁନର୍ବାର ପଦ୍ମ ଗଡିଆରେ ମିଶିଛନ୍ତି। ମାନଭଞ୍ଜନ କରିବା ପାଇଁ ତାଙ୍କ ବାସଭନବନରେ ପହଞ୍ଚିଥିଲେ ଓଡିଶା ବିଜେପି ପ୍ରଭାରୀ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ।
ଫାଇଲ ଫଟୋ
ବିଜୟଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କ ବାସଭନବନରେ ପହଞ୍ଚିଥିଲେ ଓଡିଶା ବିଜେପି ପ୍ରଭାରୀ ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଡ. ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଘରବାହୁଡା କରିବା ଅବସରରେ ବିଜୟ କହିଥିଲେ ଯେ ସେ ପୁରୁଣା କଥାକୁ ଭୁଲିଯାଇଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଈଟିଭି ଭାରତ