ଭୁବନେଶ୍ବର: ଏଥର ଭୁବନେଶ୍ୱରରେ ହେବନି ବାଲିଯାତ୍ରା । କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ବର ବାଲିଯାତ୍ରା ଆୟୋଜନ ପାଇଁ ପୋଲିସ କମିଶନର ମନା କରିଛନ୍ତି ।
ଏଥର ଭୁବନେଶ୍ୱର ବାଲିଯାତ୍ରା ବନ୍ଦ - ବାଲିଯାତ୍ରା
କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ବର ବାଲିଯାତ୍ରା କରିବାକୁ ପୋଲିସ କମିଶନର ମନା କରିଛନ୍ତି । ଅଧିକ ପଢନ୍ତୁ...
ଏଥର ଭୁବନେଶ୍ୱରରେ ହେବନି ବାଲିଯାତ୍ରା
ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ସହ ପୋଲିସ କମିଶନରଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି କମିଶନର। ତେବେ ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତା ବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ ବୋଲି ସେ କହିଛନ୍ତି । ଆଗରୁ କଟକରେ ବାଲିଯାତ୍ରା ସ୍ଥଗିତ ରହିଥିବା ବେଳେ ଏବେ ଭୁବନେଶ୍ବର ବାଲିଯାତ୍ରାକୁ ଅନୁମତି ମିଳିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ