ଓଡିଶା

odisha

ETV Bharat / city

ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ - bye law Withdrawal demand

ଲିଙ୍ଗରାଜ ମନ୍ଦିରରେ ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ବାରା ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ । ଅଧିକ ପଢନ୍ତୁ...

ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ
ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ

By

Published : Feb 12, 2021, 3:30 PM IST

Updated : Feb 12, 2021, 4:47 PM IST

ଭୁବନେଶ୍ବର: ତେଜୁଛି ଲିଙ୍ଗରାଜ ମନ୍ଦିରରେ ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ବାରା ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ଦାବି । ଶୁକ୍ରବାର ଏହି ଅଧିନିୟମ ବା ବାଇ-ଲ ହଟାଇବା ଦାବିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଫଟୋରେ ନିଆଁ ଲଗାଇ ଭୁବନେଶ୍ବର ଯୁବ କଂଗ୍ରେସ ତୀବ୍ର ବିକ୍ଷୋଭ କରିଛି ।

ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ଦାବିରେ ଗର୍ଜିଲା ଯୁବ କଂଗ୍ରେସ

ତୁରନ୍ତ ଏହି ଅଧିନିୟମକୁ ପ୍ରତ୍ୟାହାର କରାଯାଉ ନଚେତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଦଳର ଯୁବ ସଭାପତି ରଞ୍ଜିତ ପାତ୍ର । ତେବେ ଜାଣିଶୁଣି କେନ୍ଦ୍ର ସରକାର ଏଭଳି ଷଡଯନ୍ତ୍ର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି, ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ବାରା ଆଗତ ଅଧିନିୟମ ଲିଙ୍ଗରାଜ ମନ୍ଦିରରେ ବଳବତ୍ତର ରହିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସୂଚନା ଦେବା ପରେ ସେବାୟତ ନିଯୋଗ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 12, 2021, 4:47 PM IST

ABOUT THE AUTHOR

...view details