ଭୁବନେଶ୍ବର:ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଇଜିନିୟର ବାବୁ । ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ବିଲ ପାସ କରାଇଦେବା ପାଇଁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ଜଳସେଚନ ବିଭାଗ(Khordha Irrigation Department)ର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳ ( Assistant Engineer Kamadev Biswal ) । ଏନେଇ ଭିଜିଲାନ୍ସ ( Bhubaneswar Vigilance Team )ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
Vigilance Raid: ଠିକାଦାର ଦେଲେ 10 ହଜାର ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ, ମାଡି ବସିଲା ଭିଜିଲାନ୍ସ
ବିଲ ପାସ କରାଇଦେବା କହି ଲାଞ୍ଚ ନେଇଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ(Assistant Engineer Kamadev Biswal )ଙ୍କୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ
Vigilance Raid: ଠିକାଦାର ଲାଞ୍ଚ ଦେଲେ ସହକାରୀ ଯନ୍ତ୍ରୀ ନେଲେ, ମାଡି ବସିଲା ଭିଜିଲାନ୍ସ
ତେବେ ସହକାରୀ ଯନ୍ତ୍ରୀ ଜଣଙ୍କ ଲାଞ୍ଚ ନେଉଥିବା ଖବର ପାଇ ଖୋର୍ଦ୍ଧା ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ବର ଗଙ୍ଗନଗର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ବର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ 7ଜଣିଆ ଟିମ ଏହି ଚଢ଼ାଉ ଜାରି ରଖିଛି । ତେବେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ସୁଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ
Last Updated : Dec 7, 2021, 1:31 PM IST