ଓଡିଶା

odisha

ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ବନ୍ଦ

By

Published : Jul 31, 2022, 8:51 PM IST

Updated : Jul 31, 2022, 9:17 PM IST

ରାଜଧାନୀ ଭୁବନେଶ୍ବର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ସ୍ଥାୟୀ ଓ ଅସ୍ଥାୟୀ ଉଠା ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ପରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ
ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଭୁବନେଶ୍ବର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । ସ୍ଥାୟୀ ଓ ଅସ୍ଥାୟୀ ଉଠା ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଅସ୍ଥାୟୀ ଦୋକାନକୁ ଉଠାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି । ବିଏମସି ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନ ହଟାଇବା ଲାଗି ନିର୍ଦ୍ଦେଶ ଦେଇଥିଲା ।

ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ବନ୍ଦ

ମାତ୍ର ଅସ୍ଥାୟୀ ଦୋକାନ ଗୁଡ଼ିକ ନ ହଟିବା ପରେ ସ୍ଥାୟୀ ଦୋକାନୀ ସଂଘ ତାଙ୍କୁ ହଟିବା ପାଇଁ କହିଥିଲେ । ତେବେ ଅସ୍ଥାୟୀ ଦୋକାନ ବିରୋଧ କରିବାରୁ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଠେଲା ପେଲା ହୋଇଥିବା ମଧ୍ୟ ଦେଖାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ । ମାର୍କେଟ ବିଲ୍ଡିଂ ଆସୋସିଏସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଲାଗି ମାର୍କେଟକୁ ବନ୍ଦ ରଖାଯାଇଛି । ଅସ୍ଥାୟୀ ଦୋକାନ ହଟାଇବା ଲାଗି ପୂର୍ବରୁ ବିଏମସି ଅନେକ ଥର କହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2022, 9:17 PM IST

ABOUT THE AUTHOR

...view details