ଓଡିଶା

odisha

ETV Bharat / city

ଭିକ୍ଷୁକଙ୍କ ପାଇଁ ଖୁବଶୀଘ୍ର ଆଶ୍ରୟସ୍ଥଳୀ; ଜଣକ ପିଛା ମାସିକ ଖର୍ଚ୍ଚ ହେବ 34ଶହ ଟଙ୍କା

ଭୁବନେଶ୍ବର ମହାନଗର ନିଗମ ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି । ରାଜଧାନୀକୁ ଭିକ୍ଷୁକ ମୁକ୍ତ କରିବାକୁ 3ଟି ଜୋନରେ ହେବ 300 ଭିକାରୀଙ୍କ ପାଇଁ ଆଶ୍ରୟସ୍ଥଳୀ । ଅଧିକ ପଢନ୍ତୁ...

ଭିକ୍ଷୁକଙ୍କ ପାଇଁ ଖୁବଶୀଘ୍ର ଆଶ୍ରୟସ୍ଥଳୀ
ଭିକ୍ଷୁକଙ୍କ ପାଇଁ ଖୁବଶୀଘ୍ର ଆଶ୍ରୟସ୍ଥଳୀ

By

Published : Mar 31, 2021, 8:12 AM IST

ଭୁବନେଶ୍ବର: ଭିକ୍ଷୁକ ମୁକ୍ତ ହେବ ରାଜଧାନୀ । ଏନେଇ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ। ଆସନ୍ତା ଏପ୍ରିଲରେ ଥଇଥାନ କେନ୍ଦ୍ରର କରାଯିବ ଲୋକାର୍ପଣ । ରହିବା, ଖାଇବା ସହ ସ୍ବାବଲମ୍ବୀ ହେବାକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ମଧ୍ଯ ରହିବ ବ୍ୟବସ୍ଥା । ଉଭୟ ପୁରୁଷ ଓ ମହିଳା ଭିକ୍ଷୁକଙ୍କ ପାଇଁ ଏପରି ଏକ ବ୍ୟବସ୍ଥା କରାଯାଉଥିବା ନେଇ ବିଏମସି ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି ।

ଭିକ୍ଷୁକଙ୍କ ପାଇଁ ଖୁବଶୀଘ୍ର ଆଶ୍ରୟସ୍ଥଳୀ

ବିଏମସି ଡେପୁଟି କମିଶନର କମଳାକାନ୍ତ ବେହେରା କହିଛନ୍ତି, ପ୍ରାୟ 3ଟି ଜୋନରେ 300 ଭିକ୍ଷୁକଙ୍କୁ ଥଇଥାନ କରାଯିବ । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ 3ଟି ଜୋନରେ 3ଟି ଏଜେନ୍ସିକୁ ଟେଣ୍ଡର ଦିଆଯାଇଛି । ନର୍ଥ ଜୋନରେ ମହିଳା ଓ ଶିଶୁ ଭିକ୍ଷୁକଙ୍କ ପାଇଁ ଭିଜେଏସଏସ ନାମକ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରାଯାଇଛି । ମାସିକ ଜଣଙ୍କ ପିଛା ଖର୍ଚ୍ଚ ହେବ ୩୪୦୦ ଟଙ୍କା।

ସେହିପରି ସାଉଥ ଇଷ୍ଟ ଜୋନରେ 100 ବୟସ୍କ ଭିକ୍ଷୁକଙ୍କ ପାଇ ଥଇଥାନ ଏବଂ ସାଉଥ ଇଷ୍ଟ ଜୋନରେ 100 ଶାରୀରିକ ଓ ମାନସିକ ଅକ୍ଷମଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିଛି ବିଏମସି । ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ଏଠାରେ ଟେଲରିଂ, କତା ବୋଲିବା, କାଗଜ ବ୍ୟାଗ ତିଆରି କରିବା ପାଇଁ ତାଲିମ ଦିଆଯିବ। ଏଥିପାଇଁ ବାର୍ଷିକ ୧ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 2017 ମସିହାରେ ଭୁବନେଶ୍ୱର ରେ ଏକ ସର୍ଭେ ସମୟରେ ପ୍ରାୟ ୧୨୭୦ ଜଣ ଭିକାରୀ ଅଛନ୍ତି ବୋଲି ଜଣାପଡିଥିଲା । ତେବେ ବିଏମସିର ଏଭଳି ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷପ। ଭିକାରୀ ମୁକ୍ତ ହେବ ଭୁବନେଶ୍ୱର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details