ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବର ଏବେ ପାଲଟିଛି ତତଲାଗଡ । ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା ରହିଛି । ଦିନ ସାଢେ ୧୧ଟାରେ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ଅପରାହ୍ନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୪୧.୨ ଡିଗ୍ରୀରେ ପହଞ୍ଚିଛି । ରାଜଧାନୀରେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି ।
ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଝାରସୁଗୁଡା ଓ ଚାନ୍ଦବାଲିରେ ୩୭.୮ ଓ ବାଲେଶ୍ବରରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଶୁକ୍ରବାର ମଧ୍ୟ ରାଜଧାନୀର ତାପମାତ୍ରା ୪୦.୮ ଡିଗ୍ରୀ ରହିଛି । ସେହିପରି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିଥିଲା । ଏହାସହିତ ରାଜ୍ୟରେ ଅସହ୍ୟ ତାତିକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତେବେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।
ଏ ନେଇ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଆଜି ରାଜଧାନୀ ତଳକୁ ସମ୍ବଲପୁରର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡାରେ ୩୯.୫ ଡିଗ୍ରୀ ରହିଛି । ତେବେ ଅନ୍ୟ କେଉଁ ସ୍ଥାନରେ ତାପମାତ୍ରା କେତେ ରହିଥିଲା ନିମ୍ନରେ ତାହା ଉପରେ ନଜର ପକାନ୍ତୁ ।
ଭୁବନେଶ୍ବର: ୪୧.୨ ଡିଗ୍ରୀ
ସମ୍ବଲପୁର: ୪୦.୨ ଡିଗ୍ରୀ
ଚାନ୍ଦବାଲି: ୪୦ ଡିଗ୍ରୀ
ଝାରସୁଗୁଡା: ୩୯.୫ ଡିଗ୍ରୀ