ଓଡିଶା

odisha

By

Published : Mar 8, 2022, 3:41 PM IST

ETV Bharat / city

ଦେଶ ଗଠନରେ ରହିଛି ନାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା: ଅପରାଜିତା

ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ। ଆଜିକା ନାରୀ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ରହିଛି କହିଲେ ଅପରାଜିତା । ଅଧିକ ପଢ଼ନ୍ତୁ

bhubaneswar mp aparajita sarangi greets women on international women's day
ଦେଶ ଗଠନରେ ରହିଛି ନାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା: ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ଆଜିର ନାରୀ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ରହିଛି। ତେଣୁ ଆମ ମହିଳା ମାନେ ଯଦି ଅନୁକୂଳ ବାତାବରଣ ପାଇବେ ନିଶ୍ଚିତ ଭାବେ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଉଦିୟମାନ ହେବ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି । ମହିଳାଙ୍କ ବିକାଶ ହେଲେ ସମାଜ ତଥା ସମଗ୍ର ଦେଶର ବିକାଶ କ୍ଷେତ୍ରରେ ଦୁଇ ପାଦ ଆଗକୁ ବଢ଼ିବ। କୌଣସି ପରିସ୍ଥିତିରେ ମଧ୍ୟ ପୁରୁଷଙ୍କଠାରୁ ପଛରେ ନରହି ସମାନତାର ସହ ହାତକୁ ହାତ ମିଳାଇ ଚାଲିବା ପାଇଁ ପ୍ରତି ମହିଳାଙ୍କୁ ଆହ୍ବାନ ଦେଲେ ଅପରାଜିତା ।

ଦେଶ ଗଠନରେ ରହିଛି ନାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା: ଅପରାଜିତା ଷଡଙ୍ଗୀ

ମିଳିତ ଭାବେ ଏକ ସୁନ୍ଦର ସମାଜ ଗଠନ କରିବା ଆମର ମୂଳ ଲକ୍ଷ୍ୟ ରହିବା ଉଚିତ। ସଭିଙ୍କ ସାମଗ୍ରିକ ବିକାଶ ସହ ସୁସ୍ଥ ରହିବା ଏବଂ ସୁରକ୍ଷିତ ରହିବାକୁ ସେ କହିଛନ୍ତି। ସମାଜରେ ମହିଳାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜିର ଦିନରେ ଲୋକସଭାରେ 78 ଜଣ ମେମ୍ବର ମହିଳା ଅଛନ୍ତି। ଆମ ଦେଶରେ ବର୍ତ୍ତମାନ 8 ଜଣ ମହିଳା ରାଜ୍ୟପାଳ ଥିବାବେଳେ ପଞ୍ଚାୟତିରାଜରେ 45.61 ପ୍ରତିଶତ ମହିଳା ପ୍ରତିନିଧି ଅଛନ୍ତି। ଏହା ଦ୍ବାରା ଦେଶରେ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇଛି ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details