ଓଡିଶା

odisha

ଅମାନିଆ ରାଜଧାନୀବାସୀ, ସିଲ ହେଲା ମାର୍କେଟ ବିଲ୍ଡିଂ

By

Published : Jun 12, 2020, 4:43 PM IST

Updated : Jun 12, 2020, 7:37 PM IST

bhubaneswar-market-building-was-sealed
bhubaneswar-market-building-was-sealed

16:38 June 12

ସିଲ ହେଲା ମାର୍କେଟ ବିଲ୍ଡିଂ

ଅମାନିଆ ରାଜଧାନୀବାସୀ, ସିଲ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ରଜ ପର୍ବ ପାଇଁ ଲୋକେ ମାନିଲେନି କୋରୋନା କଟକଣା । ମାର୍କେଟ ବିଲ୍ଡିଂରେ ଅତ୍ୟଧିକ ଭିଡ଼କୁ ଦେଖି ବିଏମସି ନେଇଛି ନିଷ୍ପତି । ବିଏମସି ସିଲ କରିଛି ମାର୍କେଟ ବିଲ୍ଡିଂ । ଆଗକୁ ରଜ ଆସୁଥିବାରୁ ସାଧାରଣ ଲୋକେ କିଣାକିଣି କରିବା ପାଇଁ ଭିଡ଼ ଲଗାଇଥିଲେ । ସେପଟେ ସରକାରଙ୍କ କୋଭିଡ଼ କଟକଣାକୁ ମଦ୍ୟ ମାନିନଥିଲେ । ପ୍ରବଳ ଜନଗହଳି ଯୋଗୁଁ ଭୁବନେଶ୍ବରର ମାର୍କେଟ ବିଲଡିଂ କୁ ସିଲ କଲେ ବିଏମସି ର ଜୋନାଲ ଡେପୁଟି କମିଶନର। ରଜ ପାଇଁ ପ୍ରବଳ ଜନଗହଳି ଓ ସାମାଜିକ ଦୂରତା ନଥିବା ହେତୁ ଏହି ନିଷ୍ପତି ନିଆଯାଇଥିବା ସୂଚନା। ମାର୍କେଟ ବିଲ୍ଡିଂର ଦୋକାନୀ କହିଛନ୍ତି ଯେ ରଜ ପାଇଁ ମାର୍କେଟରେ ପ୍ରବଳ ଗଳି ଲାଗିରହିଥିଲା ଦିନ ତମାମ। ହେଲେ ସନ୍ଧ୍ୟାରେ ପ୍ରବଳ ରୁ ଅଧିକ ଲୋକ ସମାଗମ ହୋଇଥିଲେ।  

ଯାହା ଫଳରେ ବନ୍ଦ କରିବାକୁ ବାଧ୍ୟ ହେଲା ବିଏମସି। କିନ୍ତୁ ଦୋକାନୀ ମାନେ ସମ୍ପୂର୍ଣ୍ଣ ରୂପେ ଧରାସାୟା ହୋଇଛନ୍ତି। ରଜ ବଜାରରେ ବ୍ୟବସାୟ ସମୟରେ ବନ୍ଦ କରଦିଆଯାଇଛି। ଏନେଇ ବିଏମସି ଜୋନାଲ ଡେ଼ପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ଯେ ପ୍ରବଳ ଭିଡ ପାଇଁ ସମ୍ପୂର୍ଣ୍ଣ ରୂପେ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି। ଶନିବାର ରବିବାର ଦୁଇ ଦିନ ବନ୍ଦ ରହିଥିବା ବେଳେ ସୋମବାର ପରିସ୍ଥିତି ଦେଖିକି ଖୋଲାଯିବ ବୋଲି କୁହାଯାଇଛି।  ସେହିପରି ରାଜଧାନୀର ଏକ ନମ୍ବର ହାଟକୁ ମଧ୍ୟ ବନ୍ଦ କରିଛି ପ୍ରଶାସନ । କିନ୍ତୁ ଏହା ଆଜି ଗୋଟିଏ ଦିନ ପାଇଁ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । 

ଭୁବନେଶ୍ବରରୁ ସଞ୍ଜୀବ ରାୟ ଏବଂ ବିକାଶ ଦାସ, ଇଟିଭି ଭାରତ

Last Updated : Jun 12, 2020, 7:37 PM IST

ABOUT THE AUTHOR

...view details