ଭୁବନେଶ୍ବର: ସୋସିଆଲ ପ୍ଲାଟଫର୍ମ ନୁହେଁ ରାସ୍ତାରେ ନିଆରା ନାରୀ ସମ୍ମାନ । ସୋସିଆଲ ମିଡିଆରେ ମେସେଜ ଓ ଗ୍ରାଫିକ୍ସର ଗଜରା ଫୁଲ ବଦଳରେ କାରରେ ଗାଜର ମାଳ। ଏପରି କରି କୃଷି ଓ କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ରାଜଧାନୀର ମହିଳାମାନେ । ବିଶ୍ବ ମହିଳା ଦିବସ ଉପଲକ୍ଷେ ବିନା ସୋସିଆଲ ମିଡିଆରେ କାରରେ ବାର୍ତ୍ତା ଦେବାକୁ ଏକ ନିଆରା ପ୍ରୟାସ କରିଛନ୍ତି ଭୁବନେଶ୍ବରର ସଚେତନ ନାରୀ ସମାଜ ।
ମହିଳା ଦିବସ: କାରରେ ନିଆରା ବାର୍ତ୍ତା ଦେଲେ ଭୁବନେଶ୍ବର ନାରୀ
ହ୍ବାଟଆପ, ଫେସବୁକ, ଇନଷ୍ଟାଗ୍ରାମରେ ନୁହେଁ ରାଜରାସ୍ତାରେ ନାରୀଙ୍କୁ ସମ୍ମାନ । କାର ରାଲି ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ନିଆରା ପ୍ରୟାସ ଭୁବନେଶ୍ବରର ସଚେତନ ନାରୀ ସମାଜ ।
କାରରେ ନିଆରା ବାର୍ତ୍ତା ଦେଲେ ଭୁବନେଶ୍ବର ନାରୀ
ଏହା ସହିତ କନ୍ୟା ଭ୍ରୁଣ ହତ୍ୟାକୁ ବିରୋଧ, ସଡକ ସୁରକ୍ଷା, କୋରୋନା ଭାଇରସର ପ୍ରତିହତ ଭଳି ବିଭିନ୍ନ ସାମାଜିକ ବାର୍ତ୍ତା ଦେଇଛନ୍ତି ରାଜଧାନୀର ଏହି ନାରୀମାନେ । ଏନେଇ ନିଜକ କାରକୁ ଭିନ୍ନ ଢଙ୍ଗରେ ସଜାଇ ରାଜଧାନୀର ରାସ୍ତା ଉପରେ ବୁଲାଇ ଲୋକଙ୍କୁ ସଚେତନ କରିଛନ୍ତି । ଏପରିକି ସାଣ୍ଡି ଟାୱାର ଠାରୁ ଏହି କାର ରାଲି ବାହାରି ପଟିଆ ପର୍ଯ୍ୟନ୍ତ ଯିବା ସହ ବୁଲି ବୁଲି ଲୋକଙ୍କୁ ସଚେତନ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Mar 8, 2020, 10:37 AM IST