ଓଡିଶା

odisha

ETV Bharat / city

ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର, ସର୍ବାଧିକ 44.2 ତାପମାତ୍ରା ରେକର୍ଡ

ରାଜ୍ୟର ସବୁଠୁ ଉତ୍ତପ୍ତ ସହରର ଭାବେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର । ରାଜଧାନୀରେ ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ । ଅଧିକ ପଢନ୍ତୁ...

ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର, ସର୍ବାଧିକ 44.2 ତାପମାତ୍ରା ରେକର୍ଡ
ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର, ସର୍ବାଧିକ 44.2 ତାପମାତ୍ରା ରେକର୍ଡ

By

Published : Mar 31, 2021, 8:41 PM IST

ଭୁବନେଶ୍ବର:ରାଜ୍ୟକୁ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହିତ ହେଉଥିବାରୁ ଖରା ବଢିବ । ସାରା ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତେବେ ବୁଧବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିଛି । ଭୁବନେଶ୍ବର ସର୍ବାଧିକ 44.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଖରାର ପ୍ରକୋପ ବଢିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ 21 ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର, ସର୍ବାଧିକ 44.2 ତାପମାତ୍ରା ରେକର୍ଡ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ଏହି ସବୁ ଜିଲ୍ଲାକୁ ୨ ତାରିଖ ସକାଳ ୮.୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ରୋଗାକ୍ରାନ୍ତ ବୃଦ୍ଧ ଓ ଶିଶୁଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି । ଓଡିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ।ଗତ 24 ଘଣ୍ଟାରେ ଭୁବନେଶ୍ବରରୁ ସର୍ବାଧିକ 44.2 ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାଲେଶ୍ବରରେ 43, ଚାନ୍ଦବାଲିରେ 42.6, ତାଳଚେରରେ 42.5, ମାଲକାନଗିରି ଓ ବୌଦ୍ଧରେ 42.0, ବଲାଙ୍ଗୀର 41.5, ଟିଟିଲାଗଡରେ 41.2, ନୟାଗଡରେ 41.2, କଟକ 40.6, ଅନୁଗୋଳରେ 41.7, ସୋନପୁର 40.8, ଭବନୀପାଟଣାରୁ 41.5, ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର 18 ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details