ଭୁବନେଶ୍ବର: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର । ପୁଣି ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବରରେ ହେବ । ଏନେଇ ପ୍ରଥମ ପସନ୍ଦ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମକୁ ବଛା ଯାଇଛି ।
ଫିଫା (FIFA) 17ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ-2020କୁ ଭାରତ ଆୟୋଜନ କରୁଛି । ସେଥପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫୁଟବଲ ବିଶ୍ବକପର ମ୍ୟାଚ ଗୁଡିକ ଭାରତର ବିଭିନ୍ନ ରାଜ୍ୟରେ ଖେଳାଯିବ । ତେବେ ପ୍ରଥମ ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିଅମକୁ ଗ୍ରୀନ ସିଗନାଲ ମିଳିଛି ।