ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି'ର ତାଣ୍ଡବ ପରେ ଛାରଖାର ହୋଇଛି ସ୍ମାର୍ଟସିଟି । ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଉପୁଡି ପଡିଛି ବହୁ ବଡବଡ ଗଛ । ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇପଡିଛି । ରାଜଧାନୀର ସଙ୍ଗୀନ ଚିତ୍ର ସାମ୍ନାକୁ ଆସିଛି ।
‘ଫନି’ ହଜାଇଦେଲା ସ୍ମାର୍ଟସିଟିର ସୁନ୍ଦରତା - fani
ସାମୁଦ୍ରିକ ଝଡ 'ଫନି'ର ତାଣ୍ଡବ ପରେ ଛାରଖାର ହୋଇଛି ସୁନ୍ଦର ସ୍ମାର୍ଟସିଟି । ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଉପୁଡି ପଡିଛି ଅନେକ ବଡବଡ ଗଛ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
140 କିମି ହିସାବରେ ପ୍ରତି ଘଣ୍ଟାରେ ବହିଥିବା ପବନର ପ୍ରଭାବରେ ରାଜଧାନୀରେ ବହୁ କ୍ଷୟକ୍ଷତି ଘଟିଛି । ଶହ ଶହ ବଜାର ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ଏହି ବିଷୟରେ ଅଧିକ ସୂଚନା ପାଇଁ ଆମ ସହ ଅଛନ୍ତି ଭୁବନେଶ୍ବର ସମ୍ବାଦଦାତା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ