ଓଡିଶା

odisha

ETV Bharat / city

Bharat Jodo Yatra: ଅକ୍ଟୋବର ୩୧ରୁ ଓଡିଶାରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ - ଅକ୍ଟୋବର ୩୧ରୁ ରାଜ୍ୟରେ ଆରମ୍ଭ

ବିଜେପି ସରକାର ବିରୋଧରେ ଭାରତ ଯୋଡ ପଦଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ଆସନ୍ତା ଅକ୍ଟୋବର ୩୧ରୁ ଓଡ଼ିଶାରୁ ଏହି ଯାତ୍ରା ଆରମ୍ଭ କରିବ । ଏ ନେଇ ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Bharat Jodo Yatra: ଅକ୍ଟୋବର ୩୧ରୁ ରାଜ୍ୟରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ
Bharat Jodo Yatra: ଅକ୍ଟୋବର ୩୧ରୁ ରାଜ୍ୟରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ

By

Published : Sep 18, 2022, 5:21 PM IST

ଭୁବନେଶ୍ବର: ଆସନ୍ତୁ ଅକ୍ଟୋବର ୩୧ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେବ ଭାରତ ଯୋଡ଼ ପଦଯାତ୍ରା (Bharat Jodo Yatra in Odisha) । ଆଜି (ରବିବାର) ଏହି ଯାତ୍ରା ୧୧ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ କିଲୋମିଟର ଅତିକ୍ରମ କରିଛି କଂଗ୍ରେସ । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ (IG Park)ରୁ ଆରମ୍ଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ (PCC President Sarat Patnaik) ।

Bharat Jodo Yatra: ଅକ୍ଟୋବର ୩୧ରୁ ରାଜ୍ୟରେ ଆରମ୍ଭ, ଆଇଜି ପାର୍କରୁ ବାହାରିବ ଦଳ

ରାଜ୍ୟରେ ଏହି ପଦଯାତ୍ରାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯେଉଁ ଯେଉଁ ରାଜ୍ୟ ଦେଇ ଭାରତ ଯୋଡ ଯାତ୍ରା ଯାଉନି, ସେଠି ମଧ୍ୟ ଅନୁଷ୍ଠିତ ହେବ ଭାରତ ଯୋଡ ଯାତ୍ରା । ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଅନୁଷ୍ଠିତ ହେବ । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା । ୨୨୫୦ କିଲୋମିଟର ଯାତ୍ରା ଅତିକ୍ରମ କରିବ ଦଳର ନେତା ଓ କର୍ମୀ । ସମସ୍ତଙ୍କୁ ଏକାଠି ନେଇ ଆମେ ଆଗକୁ ବଢ଼ିବୁ । ତ୍ରିରଙ୍ଗା ପତାକା ଓ ହାତ ଚି଼ହ୍ନ ପତାକା ଧରି ସମସ୍ତେ ଏହି କାଯ୍ୟକ୍ରମରେ ଯୋଗ ଦେଇପାରିବେ ।"

ଏହି ପଦଯାତ୍ରା ଶେଷ ହେବାକୁ ଲାଗିବ ୫ମାସରୁ ଊର୍ଦ୍ଧ୍ବ ସମୟ । ଏହି ପଦଯାତ୍ରାରେ ପ୍ରତିଦିନ ୨୨ କିଲୋମିଟର ଚାଲୁଛନ୍ତି କଂଗ୍ରେସ ନେତା ଓ ସାଧାରଣ ଜନତା । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ମୋଦିଙ୍କ ଚିନ୍ତାଧାରା ଓ ବିଭିନ୍ନ ଦେଶ ବିରୋଧୀ ପଦକ୍ଷପ ଭାରତ ଦେଶକୁ ଭାଙ୍ଗି ଦେଉଛି ବୋଲି ଦଳ ଅଭିଯୋଗ ଆଣିଛି । ଏଣୁ ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦଳ ।

ଏହା ବି ପଢନ୍ତୁ- କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ

କଂଗ୍ରେସର ଅଭିଯୋଗ ଅନୁସାରେ ନିର୍ବାଚନ ଫାଇଦା ପାଇଁ ସମାଜକୁ ବାଣ୍ଟୁଛନ୍ତି କେନ୍ଦ୍ର ସରକାର । ବିନା ନିର୍ଦ୍ଦେଶରେ ଅପାତିକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ମୋଦି ସରକାର । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରମ ରମେଶ । ସୂଚନା ଥାଉ କି, ଗତ ସେପ୍ଟେମ୍ବର ୭ ତାରିଖ ଠାରୁ କନ୍ୟାକୁମାରୀରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୧୫୦ ଦିନ ମଧ୍ୟରେ ୩,୫୭୦ କି.ମି ପରିକ୍ରମା କରିବ ଦଳ ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ପଦଯାତ୍ରା ଆରମ୍ଭ କରିଥିବା ବିରୋଧୀ କହିଛନ୍ତି । ତେବେ କଂଗ୍ରେସର ଏହି ଏହାକୁ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଜେପି ବିରୋଧରେ କଂଗ୍ରେସ ଏହି 'ଭାରତ ଯୋଡ ଯାତ୍ରା' ଆୟୋଜନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details