ଭୁବନେଶ୍ବର: ବୁଧବାର 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ବାମଦଳ ସମେତ ବିଭିନ୍ନ ଟ୍ରେଡ ୟୁନିୟନ । ଫଳରେ ଧର୍ମଘଟ ସଫଳ କରିବାକୁ ଦଳ ମାନେ ସମସ୍ତ ରାଜନୈତିକ ଦଳଙ୍କ ସମର୍ଥନ ଲୋଡିଛନ୍ତି । ତେବେ ବିଜେପି ବ୍ୟତିତ ବାମଦଳ ବିଜେଡି, କଂଗ୍ରେସ ଓ ଅନ୍ୟ ସମସ୍ତ ଦଳର ସମର୍ଥନ ଲୋଡିଛି । ବାମଦଳର ସମର୍ଥନ ଭିକ୍ଷା ପରେ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଥିବା ବେଳେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ସମର୍ଥନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି କୌଣସି ସ୍ପଷ୍ଟ ସଂକେତ ଦେଇନଥିବା ବେଳେ ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ସାମଲ ଖୁଲମ ଖୁଲ୍ଲା କିନ୍ତୁ ବନ୍ଦକୁ ସମର୍ଥନ କରିଛନ୍ତି । ହେଲେ ଦଳ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।
ଭାରତ ବନ୍ଦକୁ ନେଇ ବିଜେଡି ଆଭିମୁଖ୍ୟ ଅସ୍ପଷ୍ଟ; ବିଜେପିର ତେରଛା ବାଣ
ବାମଦଳର ଭାରତ ବନ୍ଦ ଡାକରାକୁ ନେଇ କଂଗ୍ରେସର ସମର୍ଥନ ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ । ଦଳୀୟ ନେତାଙ୍କ ଖୁଲମଖୁଲ୍ଲା ସମର୍ଥନ । ବିଜେପିର ତେରଛା ବାଣ ।
Bharat band
ସେପଟେ ବିଜେଡିର ଏଭଳି ଆଭିମୁଖ୍ୟ ନେଇ ଚିହିଁକି ଉଠିଛି ବିଜେପି । ଯଦି ଦଳ ସମର୍ଥନ ଦିଏ ତେବେ ଏହା ଦୋମୁହାଁ ନୀତି ବୋଲି ଧରାଯିବ। କଂଗ୍ରେସ ଓ ବାମଦଳ ରାସ୍ତାରେ ବିଜେଡି ନଯାଉ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି । ତେବେ ବନ୍ଦ ନେଇ ସମସ୍ତଙ୍କ ନଜର ଏବେ ବିଜେଡି ଓ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Jan 7, 2020, 8:48 PM IST