ଓଡିଶା

odisha

ETV Bharat / city

ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି

ମୃତକଙ୍କ ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି ସହ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ "ସାଉଥକୋ" ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି ବାଢିଛି ।

berhampur-bus-tragedy-congress-demands-30-lakhs-compensation-to-the-dead-family
ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି

By

Published : Feb 11, 2020, 7:27 AM IST

ଭୁବନେଶ୍ବର: ଗଞ୍ଜାମର ଗୋଳନ୍ଥରାର ଘଟିଥିବା ବସ ଦୁର୍ଘଟଣାରେ ଲିଭିଯାଇଛି 10 ଜଣଙ୍କ ଜୀବନ ଦୀପ । ଏହାସହ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ବସ ଟ୍ରାଜେଡି ଘଟଣାରେ ସରକରାଙ୍କୁ ଘେରିଛି ରାଜ୍ୟ କଂଗ୍ରେସ । ମୃତକଙ୍କ ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି ସହ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ ‘ସାଉଥକୋ’ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି ବାଢିଛି ।

ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି

ତେବେ ଏନେଇ ସୋମବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ‘ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଏହାର ଉତ୍ତର ଦାୟିତ୍ବ ଗ୍ରହଣ କରିବା କଥା । ମାତ୍ର ସରକାରଙ୍କ ପରିବହନ ଓ ଶକ୍ତି ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଘଟଣାର 20 ଘଣ୍ଟାରୁ ଉର୍ଦ୍ଧ୍ବ ବିତିଯାଇଥିଲେ ବି ଶକ୍ତି ମନ୍ତ୍ରୀ ଲୁଚି ବସିଛନ୍ତି । ଏଥି ସହିତ ସେ ରାଜ୍ୟବାସୀଙ୍କ ନିକଟରେ ସଠିକ ତଥ୍ୟ ଉପସ୍ଥାପନ ନ କରି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ ଦୋଷକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ।’

ଏଥିସହିତ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ "ସାଉଥକୋ" ଉପରିସ୍ଥ ଅଧିକାରୀଙ୍କୁ ନିଲମ୍ବଲ ଓ ରାଜକୋଷରୁ ନୂହେଁ କମ୍ପାନୀଠାରୁ ହିଁ କ୍ଷତିପୂରଣ ଭରଣାର ଦାବି କରିଛି କଂଗ୍ରେସ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details