ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଏହି ପର୍ବରେ ସାଧାରଣଜନତାଙ୍କ ବିଭିନ୍ନ ଅସୁବିଧା ଉପରେ ଗୁରୁତ୍ବାରୋପ କରାଯାଉଛି । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ଥିବା ଦିବ୍ୟାଙ୍ଗ ମତଦାତା କିପରି ନିଜର ମତ ସାବ୍ୟସ୍ତ କରିବେ ସେନେଇ ଆରମ୍ଭ ହୋଇଛି ସଶକ୍ତିକରଣ ଅଭିଯାନ ।
ତେବେ ପର୍ଯ୍ୟବେକ୍ଷଣ କମିଟି, ଓଡିଶା ତରଫରୁ ନିର୍ବାଚନ ବେଳେ ସବୁ ଦଳଙ୍କୁ ନିଜ ନିର୍ବାଚନୀ ଇସ୍ତାହାରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି । ଏହାସହ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବାସସ୍ଥାନ, ନିଯୁକ୍ତି, ଯାତାୟାତ ଓ ସାମାଜିକ ନିରାପତ୍ତା ପ୍ରସଙ୍ଗକୁ ଗୁରୁତ୍ବ ଦେବା ସହ ନିର୍ବାଚନୀ ଇସ୍ତାହାରରେ ସାମିଲ କରିବାକୁ ବିଭିନ୍ନ ଦଳ ଗୁଡିକୁ ଅନୁରୋଧ କରାଯାଇଛି । ଏକ ୨୫ ଦଫା ଦାବି ସମିଳିତ ଏକ ସ୍ମାରକ ପତ୍ର ସବୁ ଦଳକୁ ଦିଆଯାଇଛି ।