ଭୁବନେଶ୍ବର: ଆସନ୍ତା 29 ତାରିଖରୁ ମୌସୁମୀକାଳୀନ ରାଜ୍ୟ ବିଧାନସଭା ବୈଠକ ଅନୁଷ୍ଠିତ ହେବା ନେର ସ୍ଥିର ହୋଇଛି। ମୁଖ୍ୟ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗଗୁଡିକ ବିଧାନସଭାରେ ଉପସ୍ଥାପନ କରିବ ।
ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।
ବିଧାୟକ ଦଳ ବୈଠକ ପାଇଁ ବିଜେପି ର ପ୍ରସ୍ତୁତି ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବରିଷ୍ଠ ନେତା ଏବଂ ସାଂସଦ ଜୁଏଲ ଓରାମ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ମୌସୁମି ଅଧିବେଶନରେ ବିଜୁଳି ଦର ବୃଦ୍ଧି, କୃତ୍ରିମ ବନ୍ୟା ,ତୃଟିପୂର୍ଣ୍ଣ କୋଭିଡ୍ ପରିଚାଳନା, ପ୍ରବାସୀ ସମସ୍ୟା, ନୂତନ ବିଶ୍ଵବିଦ୍ୟାଳୟ ବିଲ୍ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ରହିବ।
ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ସାମିଲ କରିବା ଆଦି ଲମ୍ବା ପ୍ରସଙ୍ଗ ନେଇ ବିଧାନସଭାକୁ ଯିବ ମୁଖ୍ୟ ବିରୋଧୀ ଦଳ ବିଜେପି । ଏହାସହ ରାଜ୍ୟବାସୀଙ୍କୁ ସମସ୍ୟା ନେଇ ସରକାରଙ୍କୁ ଘେରିବ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ