ଓଡିଶା

odisha

ETV Bharat / city

ସ୍ଥାୟୀ ପଟ୍ଟା ପ୍ରଦାନ ଦାବି: ବିଡିଏର ଦ୍ବାରସ୍ତ ହେଲେ ଜଟଣୀ ବାସିନ୍ଦା

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ବିଡ଼ିଏ ଉପାଧ୍ୟକ୍ଷଙ୍କୁ ଭେଟିଲେ ଜଟଣୀ ବିଡ଼ିଏ କଲୋନୀ ବାସିନ୍ଦା । ଅଧିକ ପଢନ୍ତୁ...

By

Published : Dec 29, 2020, 8:52 PM IST

bda colony people meet bda vicechairman
ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବିଡିଏର ଦ୍ବାରସ୍ଥ ହେଲେ ଜଟଣୀ ବାସିନ୍ଦା

ଭୁବନେଶ୍ବର :ପଟ୍ଟା ପାଇଁ ବିଡିଏର ଦ୍ବାରସ୍ତ ହେଲେ ଶତାଧିକ ଜଟଣୀ ବାସିନ୍ଦା । ଏ ନେଇ ବିଡିଏ କଲୋନୀର ୧୨୫ ବାସିନ୍ଦା ବିଡ଼ିଏ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ବିଡ଼ିଏ ଉପାଧ୍ୟକ୍ଷଙ୍କୁ ଭେଟିଛନ୍ତି ଜଟଣୀ ବିଡ଼ିଏ କଲୋନୀ ବାସିନ୍ଦା ।

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବିଡିଏର ଦ୍ବାରସ୍ଥ ହେଲେ ଜଟଣୀ ବାସିନ୍ଦା

ବିଡିଏରେ ଲୋକେ ୧୯୮୨ ମସିହାରୁ ଘର କିଣି ରହୁଛନ୍ତି । ବିଡ଼ିଏ ଘର କରି ଲୋକଙ୍କୁ ବିକିଥିଲେ ବି ଏହି ଜମି ଏବେବି ରାଜସ୍ବ ବିଭାଗ ଅଧିନରେ ରହିଛି । ସମସ୍ତ ବାସିନ୍ଦା ସମୁଦାୟ ଘର ମୂଲ୍ୟ କିସ୍ତି ଟଙ୍କା ଆକାରରେ ସୁଝି ସାରିଲେଣି । ତେଣୁ ଏବେ ସେମାନଙ୍କ ପଟ୍ଟା ଦରକାର ବୋଲି କହିଛନ୍ତି । ପଟ୍ଟା ପାଇବା ଲାଗି ବାରମ୍ବାର ବିଡ଼ିଏ ଅଫିସ୍ ଦଉଡୁଛନ୍ତି କିନ୍ତୁ ପଟ୍ଟା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ପ୍ରଥମେ ଜମି ବିଡ଼ିଏ ଖାତାକୁ ଆସିବ ଓ ପରେ ବିଡ଼ିଏ ଲୋକଙ୍କୁ ଦେବ । ତେଣୁ ଏହି କ୍ଷେତ୍ରରେ କ୍ୟାବିନେଟ୍ ଅନୁମତି ନିହାତି ଆବଶ୍ୟକ । ଏହି ଆଧାରରେ ଭାଇସ ଚେୟାରମାନ୍ ପ୍ରତିଶୃତି ଦେଇଛନ୍ତି ଯେ କ୍ୟାବିନେଟ୍ ଅନୁମତି ଦେବାପରେ ଖୁବ୍ ଶୀଘ୍ର ସମସ୍ତଙ୍କୁ ପଟ୍ଟା ଦିଆଯିବ ।

ତେବେ ଜଟଣୀ ବାସିନ୍ଦାଙ୍କ ଦାବି ଉପରେ ମତ ରଖି ବିଡିଏ ଉପାଧ୍ୟକ୍ଷ କହିଛନ୍ତି ସେମାନଙ୍କ ଲିଜ ସଂକ୍ରାନ୍ତୀୟ ଅସୁବିଧା ଥିଲା ଖୁବଶୀଘ୍ର ସରକାରଙ୍କ ସହ ଏ ବିଷୟରେ ଆଲୋଚନା କରାଯିବ । ସରକାରଙ୍କ ଅନୁମତି ନିଆଯାଇ ପଟ୍ଟା ବଣ୍ଟନ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details