ଭୁବନେଶ୍ବର: ରାଜଧାନୀର ସୁପର୍ଣ୍ଣ। ସୁରଭିତା ଦାଶ । ଅନ୍ୟ ଲୋକଙ୍କ ଭଳି ବି ତାଙ୍କର ରହିଛି ହବି । ହେଲେ ତାଙ୍କ ହବି ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଭିନ୍ନ। ସେ ନିଜ ପାଖରେ ସାଇତି ରଖିଛନ୍ତି 7ହଜାରରୁ ଉର୍ଦ୍ଧ୍ବ ମ୍ୟାଚବକ୍ସ। ଏତେ ସଂଖ୍ୟକ ମ୍ୟାଚବକ୍ସ ସାଇତି ରଖି ସେ ଏବେ ଚର୍ଚ୍ଚାରେ ।
ଚର୍ଚ୍ଚାରେ ମ୍ୟାଚବକ୍ସ କୁଇନ ‘ସୁପର୍ଣ୍ଣା’
ପିଲାଟି ଦିନରୁ କିଛି ଭିନ୍ନ କରିବାର ନିଶା ଘାରିଥିଲା ସୁରଭିତାଙ୍କୁ । ଆଉ ସେ ଦିଆସିଲି ଖୋଳ ସଂଗ୍ରହ କରିବା ଆରମ୍ଭ କରିଥିଲେ । ତୃତୀୟ ଶ୍ରେଣୀରୁ ସେ ଦିଆସିଲି ଖୋଳ ରଖିବା ଆରମ୍ଭ କରିଥିଲେ । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ସେ 7ହଜାରରୁ ଊର୍ଦ୍ଧ୍ବ ଖୋଳ ରଖିଛନ୍ତି ।
ସୁପର୍ଣ୍ଣାଙ୍କ କହିବା ଅନୁସାରେ, ତୃତୀୟ ଶ୍ରେଣୀରେ ପାଠ ପଢ଼ିବା ଦିନରୁ ତାଙ୍କୁ ଦିଆସିଲି ଖୋଳ ସଂଗ୍ରହ ନିଶା ଘାରିଥିଲା । ପେଶାରେ ସେ ଜଣେ ସରକାରୀ କର୍ମଚାରୀ । ଭୁବନେଶ୍ବର ବିଡିଏର ସହକାରୀ ଟାଉନ ପ୍ଲାନିଙ୍ଗ୍ ଅଫିସର ଭାବରେ କାର୍ଯ୍ୟରତ । ହେଲେ ନିଶା ଦେଶ ବିଦେଶର ନୂଆପୂରଣା ମ୍ୟାଚବକ୍ସ ସଂଗ୍ରହ କରିବା । ସବୁଠାରୁ ବଡ଼ କଥା ହେଲା ତାଙ୍କ ପାଖରେ ରହିଛି ବହୁ ପୁରଣା କାଳର କାଠ ମ୍ୟାଚବକ୍ସ । ବିଦେଶର ଦିଆସିଲ ତିଆରି କାଗଜ । ବଡ଼ ବଡ଼ ଷ୍ଟାର ହୋଟେଲରେ ବ୍ୟବହୃତ ମ୍ୟାଚବକ୍ସ । ତେବେ ତାଙ୍କ ବାପା ମଧ୍ୟ ତାଙ୍କୁ ଏ ସବୁ ଜିନିଷ ବେଶ ଉତ୍ସାହ ଯୋଗାନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ