ଭୁବନେଶ୍ବର: ପ୍ରଥମାଷ୍ଟମୀ ଅଥବା ପୋଢୁଆଁଷ୍ଟମୀ । ଆସନ୍ତା 20ରେ ଓଡିଆ ପରିବାରର ସମସ୍ତ ବଡ ସନ୍ତାନଙ୍କୁ ବନ୍ଦାପନା କରାଯିବ । ଏଥିସହ ମାମୁଁ ଘରୁ ଆସିଥିବା ନୂଆ ପୋଷାକକୁ ପରିଧାନ କରିବେ । କିନ୍ତୁ ଦୁନିଆରେ ଏମିତି ବି କିଛି ପିଲା ଅଛନ୍ତି ଯେଉଁମାନେ ଜନ୍ମରୁ ଏଥିରୁ ବଞ୍ଚିତ ରହିଛନ୍ତି । ଆଉ ତାଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଆଗୁଆ ପାଳନ ହୋଇଛି ପ୍ରଥମାଷ୍ଟମୀ । ଭୁବନେଶ୍ବର ଏକ ଅନାଥଶ୍ରମରେ ରହୁଥିବା ପିଲାଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛି ଫ୍ୟୁଚର ଗ୍ରୁପ ।
ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥ ପିଲା
ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥଶ୍ରମର ପିଲା । ନୂଆ ପୋଷାକ ପିନ୍ଧିବା ସହ ମନ ପସନ୍ଦର ଖାଦ୍ୟ ଖାଇ ପାଳିଛନ୍ତି ଏହି ପର୍ବ ।
ପ୍ରଥମାଷ୍ଟମୀ ପୂର୍ବରୁ ପୋଢୁଆଁ ହେଲେ ଅନାଥ ପିଲା
ଏହି ଗ୍ରୁପ ପିଲାଙ୍କ ମାମୁଁ ସାଜି 30 ଜଣ ଅନାଥ ପିଲାଙ୍କୁ ଖୁସି ଦେବାକୁ ଚେଷ୍ଟା କରିଛନ୍ତି । ସପିଂ ମଲରେ ବୁଲାଇବା ସହ ନୂଆ ପୋଷାକ ଦେଇଛନ୍ତି । ଏମିତି ସେମାନଙ୍କ ପସନ୍ଦ ଖାଦ୍ୟ ଓ ପିଇବାକୁ ପ୍ରଦାନ କରାଯାଇଛି । ସେପଟେ ଏହି ଗ୍ରୁପର କାର୍ଯ୍ୟକୁ ଦେଖି ଆନନ୍ଦିତ ହେବା ସହ ପ୍ରଶଂସା କରିଛନ୍ତି ସପିଂମଲର କର୍ମଚାରୀ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ