ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ଅନଲାଇନରେ ହେବ ବିବିଏ ବିସିଏ ପରୀକ୍ଷା - ପ୍ରଥମ ଥର ଅନଲାଇନରେ ହେବ ବିବିଏ ବିସିଏ ପରୀକ୍ଷା

ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ଲାଗି ଅନଲାଇନରେ ବିବିଏ ବିସିଏ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

BBA BCA exams first conducted by online in Utkal University
ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ଅନଲାଇନରେ ହେବ ବିବିଏ ବିସିଏ ପରୀକ୍ଷା

By

Published : Jan 26, 2021, 4:10 PM IST

ଭୁବନେଶ୍ବର:କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟର ଦୁଇଟି ବିଭାଗର ପରୀକ୍ଷାକୁ ଅନଲାଇନରେ କରିବାକୁ ପ୍ରସ୍ତୁତି କରାଯାଇଥିବା ବେଳେ ବାକି ବିଷୟଗୁଡିକ ଅଫଲାଇନରେ ପାଠ୍ୟକ୍ରମ ସହ ପରୀକ୍ଷା ହେବ ବୋଲି ଜଣାପଡିଛି ।

ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ଅନଲାଇନରେ ହେବ ବିବିଏ ବିସିଏ ପରୀକ୍ଷା

ରାଜ୍ୟ ସରକାରଙ୍କର ଓଆର ଟି ପି ଏସ ଆକ୍ଟରେ ଅନେକ ସେବାକୁ ଅନ୍ତଃର୍ଭୁକ୍ତ କରାଯାଇଛି। ମାଇଗ୍ରେସନ, ରେଜିଷ୍ଟ୍ରେସନ, ସିଏଲସି ଆଦି ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟପଟେ ବିବିଏ ଓ ବିସିଏକୁ ଅନଲାଇନ ମାଧ୍ୟମରେ ପ୍ରଥମ କରି ପରୀକ୍ଷା କରାଯିବ। ଏହି ବିଷୟର ପାଠ୍ୟକ୍ରମ, ଫର୍ମ ପୂରଣ, ଆଡମିଟ କାର୍ଡ, ମାର୍କ ଅପଡେଟ ଆଦି ସମସ୍ତ ସୁବିଧା ଅନଲାଇନରେ ମିଳିବ।

ଏହାଦ୍ବାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅନ୍ୟ ସମସ୍ତ ବିଷୟଗୁଡିକର ପରୀକ୍ଷା ଅଫଲାଇନରେ କରାଯାଉଥିବା ବେଳେ ଏମଫିଏଲ ଓ ପିଏଚଡ଼ି ପାଠ୍ୟକ୍ରମକୁ ଅଫଲାଇନରେ ଆଡମିଶନ କରାଯିବା ସହ କ୍ଳାସ ମଧ୍ୟ କରାଯିବ ବୋଲି କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details