ଓଡିଶା

odisha

ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଇଁ ବେସଲାଇନ ଆସେସମେଣ୍ଟ

By

Published : Nov 16, 2021, 11:15 AM IST

ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଇଁ ବେସ ଲାଇନ ଆସେସମେଣ୍ଟ ବ୍ୟବସ୍ଥା । ଶିକ୍ଷା ଆହରଣ ପଦ୍ଧତି ନିର୍ଦ୍ଧାରଣ ସହଜ ହେବା ଆକଳନ । ଅଧିକ ପଢନ୍ତୁ

ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଇଁ ବେସଲାଇନ ଆସେସମେଣ୍ଟ
ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଇଁ ବେସଲାଇନ ଆସେସମେଣ୍ଟ

ଭୁବନେଶ୍ବର:ବିଦ୍ଯାଳୟରେ ଆରମ୍ଭ ହୋଇଯାଇଛି ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଠପଢା । ପିଲାଙ୍କ ଦକ୍ଷତା ମପାଯିବା ନେଇ ବେସ ଲାଇନ ଆସେସମେଣ୍ଟ କରାଯିବ । ଏହା ଦ୍ବାରା ଶିକ୍ଷା ଆହରଣ ପଦ୍ଧତି ନିର୍ଦ୍ଧାରଣ ସହଜ ହେବ । ଦୀର୍ଘ 18 ମାସ ପରେ ପିଲାମାନେ ସ୍କୁଲ ଆସିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ନଭେମ୍ବର 22 ତାରିଖରେ ଓଡ଼ିଆ, 23 ତାରିଖରେ ଇଂରାଜୀ, 24 ତାରିଖରେ ଗଣିତ ଆଦି ଆସେସମେଣ୍ଟ କରାଯିବ । ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଓଡ଼ିଆ, ଇଂରାଜୀ, ଗଣିତ ବିଷୟର ମୌଳିକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ବିଦ୍ୟାଳୟକୁ ଦିଆଯିବ। ଏହା ପିଲାଙ୍କର ପରୀକ୍ଷା ନୁହେଁ ବରଂ ଦକ୍ଷତା ମପାଯିବ। ଦକ୍ଷତା ମପାଯାଇ ସେମାନଙ୍କ ପ୍ରତି ଶିକ୍ଷକ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବେ । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details