ବରଗଡ: ବରଗଡ ଚିନି କଳର ପୁନଃଉଦ୍ଧାର ନେଇ ସମୀକ୍ଷା ବୈଠକ କରିଛନ୍ତି ସମବାୟ ମନ୍ତ୍ରୀ । ସମବାୟ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁଙ୍କ ଅଧକ୍ଷତାରେ ବସିଥିଲା ଏହି ସମୀକ୍ଷା ବୈଠକ। ଏହି ବୈଠକରେ ଚିନିକଳର କ୍ଷେତ୍ର ପରିଦର୍ଶନ, ଆର୍ଥିକ ସ୍ଥିତିର ସମୀକ୍ଷା କରିବା ସହିତ ଜମି ଅଧିଗ୍ରହଣ ସମସ୍ୟା ନେଇ ଅନୁଧ୍ୟାନ କରିବ ସ୍ବତନ୍ତ୍ର ବୈଷୟିକ ଟିମ।
ବୈଷୟିକ ଟିମ ସମସ୍ତ ଦିଗ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସରକାର ପଦକ୍ଷପ ନେବେ। ଶ୍ରମିକଙ୍କ ବକେୟା ଦରମା କେମିତି ଦିଆଯିବ ସେ ନେଇ ନିଷ୍ପତି ନିଆଯିବ ।