ନୂଆଦିଲ୍ଲୀ:ପଶ୍ଚିମ ଓଡିଶା ରେଳ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କଲେ କେନ୍ଦ୍ର ସରକାର । ବରଗଡ ରୋଡ - ନୂଆପଡା ନୂଆ ରେଳ ଲାଇନକୁ ମଞ୍ଜୁରୀ ଦେଇଛନ୍ତି (Centre Grants Approval For Bargarh Road-Nawapara Road Railway Line ) କେନ୍ଦ୍ର ସରକାର ।
ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି (Railway Minister Ashwini Vaishnaw writes letter to Bargarh MP Suresh Pujari) । ରେଳମନ୍ତ୍ରୀ ଲେଖିଛନ୍ତି ପ୍ରସ୍ତାବିତ ବରଗଡ ରୋଡ-ନୂଆପଡା 142 କିଲୋମିଟର ବିଶିଷ୍ଟ ନୂଆ ରେଳ ଲାଇନକୁ ରେଳମନ୍ତ୍ରଣାଳୟ ନୀତିଗତ ଅନୁମୋଦନ ଦେଇଛନ୍ତି।