ଓଡିଶା

odisha

ETV Bharat / city

ବିଶ୍ବସ୍ତରୀୟ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଚମକିବ ରାଜଧାନୀ । ଝଲସିବ ବରମୁଣ୍ଡା । ଆନ୍ତଃ ରାଜ୍ୟ ବସ ଟର୍ମିନାଲ ହେବ ବରମୁଣ୍ଡା ବସଷ୍ଟାଣ୍ଡ । ଯାତ୍ରୀ ପାଇବେ ବିଶ୍ବସ୍ତରୀୟ ସୁବିଧା । ଏଥିପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି 160 କୋଟି ଟଙ୍କା । ଏହି ଅତ୍ୟାଧୁନିକ ବସ ଷ୍ଟପ ନିର୍ମାଣ କାର୍ଯ୍ୟ ମଧ୍ୟ ଦୁଇ ବର୍ଷରେ ଶେଷ କରାଯିବ ।

By

Published : Sep 27, 2019, 10:28 AM IST

ପରିକଳ୍ପିତ ଫଟୋ

ଭୁବନେଶ୍ବର: ରେଳ ଷ୍ଟେସନ ପରେ ବସଷ୍ଟାଣ୍ଡ । ସ୍ମାର୍ଟ ହେବ ସ୍ମାର୍ଟ ସିଟିର ପ୍ରମୁଖ ବସଷ୍ଟାଣ୍ଡ । ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । 24 ମାସ ଅର୍ଥାତ୍ 2 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ । ରାଜ୍ୟ ସରକାର ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ 160 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସଂସ୍ଥା ବ୍ରିଜ ଆଣ୍ଡ ରୂଫ କମ୍ପାନୀ ଇଣ୍ଡିଆ ଲିମିଟେଡ଼ କୁ କାର୍ଯ୍ୟ ପାଇଁ ଦାୟିତ୍ବ ଦିଆଯାଇଥିବା ବେଳେ ବସ ଷ୍ଟାଣ୍ଡକୁ ଅତ୍ୟାଧୁନିକ ଆନ୍ତଃ ରାଜ୍ୟ ବସ ଟର୍ମିନାଲ କରିବା ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡ। 35ଟି ବସ ବେ ରହିବ। 190ଟି ବସ ପାର୍କିଂ ହେବ ଭଳି ସୁବିଧା ରହିବ ।

ପରିକଳ୍ପିତ ଚିତ୍ର

ସେହିପରି ଟର୍ମିନାଲ ସାଙ୍ଗକୁ କମର୍ସିଆଲ ସ୍ପେସ ବି ରହିବ । ବସ ପାର୍କିଂ ଛଡା ଏଠାରେ 250 କାର ଓ 175 ବାଇକ ପାର୍କିଂ ସୁବିଧା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । OSRTC ବସ ଗୁଡ଼ିକର ରହଣୀ ପାଇଁ ଖଣ୍ଡଗିରି ଠାରେ ଏକ ଟର୍ମିନାଲ ନିର୍ମାଣ କରିବାର ଯୋଜନା ରଖିଥିବା ସେ କହିଛନ୍ତି ।

ପରିକଳ୍ପିତ ଚିତ୍ର

ପୂର୍ବରୁ ବରମୁଣ୍ଡା ବସଷ୍ଟାଣ୍ଡର ନୂତନ ରୂପରେଖ ଦେବା ପାଇଁ ସରକାର 3 ଥର ନକ୍ସା ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ବାସ୍ତବ ଚିତ୍ର ନେଇ ପାରିନାହିଁ । ପୁନର୍ବାର ପୁଣି ଏପରି ଏକ ପିରକଳ୍ପିତ ଚିତ୍ର ପ୍ରକାଶ ପାଇଛି । କିନ୍ତୁ ତାହା ବାସ୍ତବିକ କାର୍ଯ୍ୟରେ ପରିଣତ ହେବା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମଧ୍ୟ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି, ଯଥା ଓ୍ବାଇଫାଇ, ପାନୀୟ ଜଳ, ଇ-ଟିକେଟିଂ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।

ରୂପରେଖ ପାଇଁ ରାଜ୍ୟ ସରକାରଙ୍କ ଚିଠି


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details