ଓଡିଶା

odisha

ETV Bharat / city

ନିୟମକୁ ବେଖାତିର କରି ଖୋଲିଥିଲେ ବାର୍, ସିଲ୍ ବେଳେ ଅଫିସରଙ୍କୁ ଲିଫ୍ଟରେ କଲେ ବନ୍ଦ

ଭୁବନେଶ୍ବରରେ ନିୟମ ଭାଙ୍ଗି ଖୋଲାଯାଇଥିଲା ବାର । ତେବେ ବିଏମସି ଚଢାଉ କରିବା ସମୟରେ ବାର କର୍ମଚାରୀମାନେ ସେମାନଙ୍କ ଲିଫ୍ଟକୁ ଅଧାରୁ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ନିୟମ ଭାଙ୍ଗି ବାର ଖୋଲିଥିଲେ, ସିଲ ବେଳେ ଅଫିସରଙ୍କୁ ଲିଫ୍ଟରେ ପୁରାଇ କଲେ ବନ୍ଦ
ନିୟମ ଭାଙ୍ଗି ବାର ଖୋଲିଥିଲେ, ସିଲ ବେଳେ ଅଫିସରଙ୍କୁ ଲିଫ୍ଟରେ ପୁରାଇ କଲେ ବନ୍ଦ

By

Published : Sep 19, 2021, 3:18 PM IST

ଭୁବନେଶ୍ବର: ବାରରେ ଚଢାଉ କରିବାରୁ BMC ଅଧିକାରୀଙ୍କୁ ହତ୍ୟା ଉଦ୍ୟମ । ନିୟମ ଭାଙ୍ଗି ବାର ଖୋଲିଥିବା ବେଳେ ପୋଲିସ ରେଡ ମାରିବାରୁ ଏପରି କରିଛନ୍ତି ବାର କର୍ମଚାରୀ । ବାର ଭିତରକୁ ନ ପଶିବା ପାଇଁ ସେ ଲିଫ୍ଟକୁ ଅଧାରୁ ବନ୍ଦ କରିଦେଇଥିବା ଜଣାପଡ଼ିଛି । ପରେ ଉକ୍ତ ବାର କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ନିୟମ ଭାଙ୍ଗି ବାର ଖୋଲିଥିଲେ, ସିଲ ବେଳେ ଅଫିସରଙ୍କୁ ଲିଫ୍ଟରେ ପୁରାଇ କଲେ ବନ୍ଦ

ମିଳିଥିବା ସୂଚନା ଅନୁସାରେ ବାରଟି ନିୟମ ଭାଙ୍ଗି ଖୋଲା ହୋଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ବିଏମସି ଚଢାଉ କରିଥିଲା । ବାର ଭିତରେ ନ ପଶିବା ପାଇଁ ଲିଫ୍ଟରେ ଯିବା ବେଳେ ଲିଫ୍ଟକୁ ଅଧାରୁ ବନ୍ଦ କରାଯାଇଥିଲା । ଅନ୍ଧାର ଭିତରେ ଅଧା ଲିଫ୍ଟରେ ଜୀବନ ନେଲା ପରି ପରିସ୍ଥିତି ଉପୁଜାଇଥିଲେ ଅଭିଯୁକ୍ତ । କାରଣ ବିଏମସି କର୍ମଚାରୀଙ୍କୁ ବାର ଭିତରକୁ ନ ଯିବା ପାଇଁ ଏପରି ଚକ୍ରାନ୍ତ କରିଥିଲେ । ଏଭଳି ହତ୍ୟା ପାଇଁ ଉଦ୍ୟମ ମାମଲାରେ ୫ ଜଣ ବାର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ବିଏମସି ଅଧିକାରୀଙ୍କ ଅଭିଯୋଗ କ୍ରମେ ସରକାରୀ ଅଫିସରଙ୍କୁ ଡ୍ୟୁଟିରେ ବାଧା ଦେବା, କୋଭିଡ କଟକଣା ନ ମାନି ବାର ଚଲାଇବା, ଏହିପରି ଅନେକ ସଙ୍ଗୀନ ଦଫାରେ ଉପରି ବାରର ୫ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ରାକେଶ ପଣ୍ଡା, ସିକୁରିଟ ଗାର୍ଡ, ସନ୍ତୋଷ ବେହେରା, ଉପରି ବାର ମ୍ୟାନେଜର ଅନନ୍ତ ନାଥ, ଆସିଷ୍ଟାଣ୍ଟ ମାନେଜର ଅମିତ ପ୍ରସାଦ, ମ୍ୟାନେଜର ପବିତ୍ର ବେହେରା ବାର ସୁପରଭାଇଜରଙ୍କୁ ୩୦୭ ସମେତ ସଙ୍ଗୀନ ଦଫାରେ ଗିରଫ କରିଛି ।

ତେବେ ଗତକାଲି ଉପରି ବାର କୋଭିଡ ନିୟମ ଉଲଙ୍ଘନ କରି ରାତି ୧୦ଟା ପରେ ଚଲାଉଥିବା ନେଇ ଖବର ପାଇଥିଲା । ଯାହାକୁ ଆଧାର କରି ରେଡ ବେଳେ ଏଭଳି ପରିସ୍ଥିତି ଉପୁଜାଇଥିଲେ ବାର କର୍ମଚାରୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details