ଓଡିଶା

odisha

ETV Bharat / city

ଡ୍ୟାନ୍ସବାରରେ ଯୁବତୀ ନିୟୋଜିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: କମିଶନରେଟ ପୋଲିସ

ରାଜଧାନୀର ଡ୍ୟାନ୍ସବାରରେ ଆଉ ନାଚିପାରିବେନି ଯୁବତୀ । ବାରଗାର୍ଲଙ୍କ ଡ୍ୟାନ୍ସକୁ ବ୍ୟାନ କରିଛି କମିଶନରେଟ ପୋଲିସ । ନିକଟରେ ମଧ୍ୟ ରାତ୍ରୀରେ ଡ୍ୟାନ୍ସବାର ଗୁଡିକରେ କରିଥିଲା ଚଢାଉ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 27, 2019, 7:18 PM IST

ଭୁବନେଶ୍ବର: କମିଶନରେଟ ପୋଲିସର କଡା ନଜରରେ ରାଜଧାନୀର ଡ୍ୟାନ୍ସ ବାର । କମିଶନରେଟ ପୋଲିସ ମଧ୍ୟରାତିରେ ଡ୍ୟାନ୍ସ ବାରରେ ଚଢାଉ କରି ନେଇଛି କାର୍ଯ୍ୟାନୁଷ୍ଠାନ । 10 ଟି ବାରରେ ଚଢାଉ କରି 96 ଜଣ ଡ୍ୟାନ୍ସ ଗାର୍ଲଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ବାରରେ କୌଣସି ଯୁବତୀ ଡ୍ୟାନ୍ସ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦେଇଛି କମିଶନରେଟ ପୋଲିସ।


ଲାଇସେନ୍ସ ନଥାଇ ଦୀର୍ଘଦିନ ଧରି ବେଆଇନ ଡ୍ୟାନ୍ସବାର ଚାଲୁଥିଲା । ଓଡିଶାରେ କୌଣସି ବାରରେ ଯୁବତୀ ଆଉ ଡ୍ୟାନ୍ସ କରିପାରିବେ ନାହିଁ କି ବାରରେ ଯୁବତୀଙ୍କୁ କେହି ନିୟୋଜିତ କରିପାରିବେ ନାହିଁ । ଯଦି ସେପରି କିଛି ହେବାର ନଜରକୁ ଆସିଲେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସିସିଟିଭି କ୍ୟାମେରା ମଧ୍ୟ ଜବତ କରାଯିବ । ଏନେଇ ବାର ମାଲିକଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏହାକୁ ନେଇ ଡ୍ୟାନ୍ସ ବାର ସଂଘ ସଭାପତି ସତ୍ୟ ମହାନ୍ତି କହିଛନ୍ତି,‘ ଆମ ପାଖରେ ହାଇକୋର୍ଟର ଅର୍ଡର ଅଛି। କୋର୍ଟ 4 ମାସ ଭିତରେ ବାରକୁ ଲାଇସେନ୍ସ ଦେବା ଲାଗି ଅର୍ଡର ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ମଧ୍ୟ ବାରରେ ଡ୍ୟାନ୍ସ ପାଇଁ ଲାଇସେନ୍ସ ନାହିଁ । ପୋଲିସ ଏହି ଡ୍ୟାନ୍ସ ବାର ଉପରେ ଚଢାଉ କରିଛି। ’ ଏହାସହ ପୋଲିସ ତାର କର୍ତ୍ତବ୍ୟ କରିଛି ବୋଲି କହିଛନ୍ତି ସତ୍ୟ ମହାନ୍ତି । ସୂଚନାନୁଯାୟୀ, କଟକ ରୋଡ଼ରେ ଚାଲିଥିବା ବେଆଇନ ଡ୍ୟାନ୍ସ ବାରରେ କମିଶନରେଟ ପୋଲିସ ଛଡାଉ କରିଥିଲା । ଏହାସହ ଲକ୍ଷ୍ମୀସାଗର ଥାନାର 3 ଟି ଟିମ ଏକକାଳୀନ ଭାବରେ 10 ଟି ଡ୍ୟାନ୍ସ ବାରରେ ଚଢାଉ କରି ଡ୍ୟାନ୍ସ ବାର ଗର୍ଲଙ୍କ ପରିଚୟ ପତ୍ର ରଖି ଛାଡ଼ିଦେଇଛି ପୋଲିସ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details