ଓଡିଶା

odisha

ETV Bharat / city

ବିଭିନ୍ନ ଦାବି ନେଇ ବ୍ୟାଙ୍କ ଧର୍ମଘଟ, 40 ହଜାର କର୍ମଚାରୀ ସାମିଲ - bank strike in bhubaneswar

ଫାଇନାନ୍ସ ମିନିଷ୍ଟ୍ରି ହାଏ ହାଏ, ଆଇବିଏ ଡାଉନ ଡାଉନ ଭଳି ସ୍ଲୋଗାନ ଦେଇ ଧର୍ମଘଟରେ ବସିଛନ୍ତି ବ୍ୟାଙ୍କ କର୍ମଚାରୀ । 12 ଦଫା ଦାବି ନେଇ ଶୁକ୍ରବାର ଓ ଶନିବାର 2 ଦିନ ଧରି ବ୍ୟାଙ୍କ ଧର୍ମଘଟ ଚାଲିବାକୁ ଥିବାବେଳେ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏହାର ପ୍ରଭାବ।

bank strike
ବିଭିନ୍ନ ଦାବି ନେଇ ବ୍ୟାଙ୍କ ଧର୍ମଘଟ, ରାଜ୍ୟରେ 40 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ସାମିଲ

By

Published : Jan 31, 2020, 1:34 PM IST

ଭୁବନେଶ୍ବର: ଫାଇନାନ୍ସ ମିନିଷ୍ଟ୍ରି ହାଏ ହାଏ, ଆଇବିଏ ଡାଉନ ଡାଉନ ଭଳି ସ୍ଲୋଗାନ ଦେଇ ଧର୍ମଘଟରେ ବସିଛନ୍ତି ବ୍ୟାଙ୍କ କର୍ମଚାରୀ । 12 ଦଫା ଦାବି ନେଇ ଶୁକ୍ରବାର ଏବଂ ଶନିବାର 2 ଦିନ ଧରି ବ୍ୟାଙ୍କ ଧର୍ମଘଟ ଚାଲିବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏହାର ପ୍ରଭାବ ।

ଗୋଟିଏ ପଟେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏପଟେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଛନ୍ତି । ଭୁବନେଶ୍ବର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚ ସାମ୍ନାରେ ଶତାଧିକ ବ୍ୟାଙ୍କ କର୍ମଚାରୀ ଧାରଣାରେ ବସିଛନ୍ତି। ନଭେମ୍ବର 2017 ଠାରୁ ଦୈନିକ 6ୱଜ ସେଟେଲମେଣ୍ଟ, ପେନସନ ଅପଡେଟ, ସପ୍ତାହକୁ 5 ଦିନ ବ୍ୟାଙ୍କିଙ୍ଗ ସେବା ଓ ସମାନ କାମକୁ ସମାନ ଦରମା ଭଳି 12 ଦଫା ଦାବିରେ ଧାରଣା ଦେଇଛନ୍ତି ।

ବାରମ୍ବାର ଶ୍ରମ କମିଶନର, ଅର୍ଥ ମନ୍ତ୍ରଣାଳୟ ସହିତ ବୈଠକ କରିବା ପରେ ବ୍ୟାଙ୍କ କର୍ମଚାରୀଙ୍କୁ ନ୍ୟାୟ ମିଳୁନି। ଯଥାର୍ଥ ଦାବିକୁ ଉପସ୍ଥାପନ କଲେ ମଧ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। 2017 ମସିହାରୁ ବିଭିନ୍ନ ଦାବି କରିଆସୁଛୁ। ଯେପରିକି ଦୈନିକ ସର୍ବନିମ୍ନ ମଜୁରୀ, ସପ୍ତାହକୁ 5 ଦିନ ବ୍ୟାଙ୍କ କାର୍ଯ୍ୟ, ପେନସନ ସ୍କିମ ବୃଦ୍ଧି ଭଳି 12 ଦଫା ଦାବି ନେଇ ଦୁଇ ଦିନ ବ୍ୟାଙ୍କ ଷ୍ଟ୍ରାଇକ ଦିଆଯାଇଛି । ଯଦି ସରକାର ଏ କଥାରେ କୌଣସି ସୁଧାର ନଆଣିବେ ଆଗକୁ ମାର୍ଚ୍ଚ ମାସରେ ପୁଣି ଧର୍ମଘଟ ହେବ ବୋଲି ଚେତାବନୀ ଦେଇଛନ୍ତି ୟୁନାଇଟେଡ ବ୍ୟାଙ୍କ କର୍ମଚାରୀ ସଂଯୋଜକ ସମ୍ବିତ ମିଶ୍ର।

ବିଭିନ୍ନ ଦାବି ନେଇ ବ୍ୟାଙ୍କ ଧର୍ମଘଟ, ରାଜ୍ୟରେ 40 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ସାମିଲ

ସେହିପରି ବ୍ୟାଙ୍କ ସେବା ଏକ ସାମାଜିକ ସେବା ଭଳି, ହେଲେ ସରକାର ଯେଉଁଭଳି ଭାବରେ ଅଣଦେଖା କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଜନସାଧାରଣ ବ୍ୟାଙ୍କ ସେବା ପ୍ରଭାବିତ ନେଇ ଆମ ସଙ୍ଗେ ରୁହନ୍ତୁ ବୋଲି ଷ୍ଟେଟ ବ୍ୟାଙ୍କ କର୍ମଚାରୀର ଏଜିଏସ ସୁଶ୍ମିତା ପତି ବାନାର୍ଜୀ କହିଛନ୍ତି। ସେ ପଟେ ବ୍ୟାଙ୍କ ଧର୍ମଘଟକୁ ନିନ୍ଦା କରିଛନ୍ତି ସାଧାରଣ ଲୋକେ। ବ୍ୟାଙ୍କ ଧର୍ମଘଟ ଯୋଗୁ ବଡ ଅସୁବିଧା ହେଉଛି ବୋଲି କହିଛନ୍ତି ଜନସାଧାରଣ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details