ଓଡିଶା

odisha

By

Published : Jun 22, 2021, 9:35 AM IST

ETV Bharat / city

ଚପଲରୁ ଚିହ୍ନା ପଡିଲା ମାଷ୍ଟରମାଇଣ୍ଡ, ଧରାପଡିଲା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗ

ବାଲିପାଟଣା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗର ଖୁଲାସା। ଚପଲ ପିନ୍ଧା ଠାଣିରୁ ଧରାପଡିଲା ଗ୍ୟାଙ୍ଗ। ମାଷ୍ଟରମାଇଣ୍ଡ ସମେତ ତିନିଜଣ କରିଥିଲେ ଡ଼କାୟତି ଉଦ୍ୟମ। ୨ ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଧରାପଡିଲା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗ
ଧରାପଡିଲା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗ

ଭୁବନେଶ୍ବର: ବାଲିପାଟଣା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗର ଖୁଲାସା। ଚପଲ ପିନ୍ଧା ଠାଣିରୁ ଧରାପଡିଲା ଗ୍ୟାଙ୍ଗ। ମାଷ୍ଟରମାଇଣ୍ଡ ସମେତ ତିନିଜଣ କରିଥିଲେ ଡ଼କାୟତି ଉଦ୍ୟମ। ୨ ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଦୁଇ ଜଣ ଅଭିଯୁକ୍ତ ହେଲେ ପତିତପାବନ ପାଟଣାର କେଦାର ନାଥ ବେହେରା ଆଉ ଜଣେ ନବମ ଶ୍ରେଣୀର ନାବାଳକ।

ଧରାପଡିଲା ବ୍ୟାଙ୍କ ଡ଼କାୟତି ଗ୍ୟାଙ୍ଗ

ସୂଚନା ଅନୁଯାୟୀ, ଗତ ଗୁରୁବାର ବାଲିପାଟଣା ଥାନା ମଝିଗରା ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ କରିଥିଲେ ଏହି ଅଭିଯୁକ୍ତ। ସକାଳ ହୋଇଯିବାରୁ ଷ୍ଟ୍ରଙ୍ଗ ରୁମ ଭାଙ୍ଗିବାରେ ବିଫଳ ହୋଇଥିଲେ ସେମାନେ । କିନ୍ତୁ ବ୍ୟାଙ୍କରୁ ନେଇଥିବା ଫାୟାର ସିଲିଣ୍ଡର ଓ କିଛି ମେସିନ ପାଖରେ ଥିବା ନଈରେ ଲୁଚାଇଥିଲେ।

ଏମାନେ ଠିକ 5 ମାସ ତଳେ ଅର୍ଥାତ୍ ଫେବୃୟାରୀ ୧୭ରେ ବାଲିପାଟଣା ୟୁକୋ ବ୍ୟାଙ୍କରୁ ମଧ୍ୟ ଡ଼କାୟତି ଉଦ୍ୟମ କରି ବିଫଳ ହୋଇଥିଲେ। ଏହି ଦୁଇ ଘଟଣାରେ ମାଷ୍ଟରମାଇଣ୍ଡ ଏକ ଭିନ୍ନ ଧରଣର ଚପଲ ପିନ୍ଧିଥିଲା ଦେଖିବାକୁ ମିଳିଥିଲା । ଯାହାକୁ ପିନ୍ଧି ଗୁରୁବାର ପୂର୍ବ ଦିନ ବ୍ୟାଙ୍କକୁ ଆସିଥିଲା। ସେହିଠାରୁ ପୋଲିସର ସନ୍ଦେହ ବଢିଥିଲା। ଏହାପରେ ଜଣକ ପରେ ଜଣକୁ କାବୁ କରିଥିଲା ପୋଲିସ । ଏହି ଘଟଣାରେ ଆଉ ଜଣେ ଫେରାର ଥିବା ଜଣାପଡିଛି।

ଏପଟେ ସବୁଠାରୁ ବଡ କଥା ୧୭ ତାରିଖ ଏମାନଙ୍କ ପାଇଁ ଶୁଭ ତାରିଖ ଥିଲା । କାରଣ ସେମାନେ ଯେବେ ବି ଡକାୟତି ଉଦ୍ୟମ କରନ୍ତି ସେବେ 17 ତାରିଖ ହିଁ ପଡିଥାଏ । ଉପରୋକ୍ତ ଡକାୟତି ଘଟଣା ଉପରେ ଯଦି ଆପଣ ନଜର ପକାଇବେ ତେବେ ଏହି ଦୁଇ ଡକାୟତି ଘଟଣା ମଧ୍ୟ ଫେବୃୟାରୀ ଏବଂ ଜୁନ୍ ମାସ 17 ତାରିଖରେ ହିଁ ଘଟିଥିଲା । ମାତ୍ର ଦୁଇ ଥର ଯାକ ଏମାନେ ଫେଲ ମାରିଛନ୍ତି। ଏପଟେ ଏହି ଘଟଣାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତକୁ ପୋଲିସ ଏବେବି ଖୋଜୁଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details