ଓଡିଶା

odisha

ଗ୍ରାହକଙ୍କ ଘର ବନ୍ଧା ରଖି 3 କୋଟି ଲୁଟିଲେ ବ୍ୟାଙ୍କ କର୍ମଚାରୀ, ବାନ୍ଧିଲା EOW

By

Published : Jan 26, 2022, 1:13 PM IST

Updated : Jan 26, 2022, 5:29 PM IST

ଗ୍ରାହକଙ୍କ ଅଜାଣତରେ ଚିଫ ମ୍ୟାନେଜର ନେଲେ ଲୋନ। ୩ କୋଟି ୬୮ ଲକ୍ଷ ଠକେଇ ମାମଲାରେ ୩ ଜଣ ଗିରଫ ହୋଇଥିବା ସୂଚନା। ଅଧିକ ପଢ଼ନ୍ତୁ

bank fraud in bhubaneswar
ବ୍ୟାଙ୍କ କର୍ମଚାରୀଙ୍କ ୩କୋଟି ୬୮ଲକ୍ଷ ଠକେଇ, ୩ ଗିରଫ

ଭୁବନେଶ୍ବର: ଗ୍ରାହକଙ୍କ ଅଜାଣତରେ ଚିଫ ମ୍ୟାନେଜର ନେଲେ ଲୋନ। ୩ କୋଟି ୬୮ ଲକ୍ଷ ଠକେଇ ମାମଲାରେ ୩ ଜଣ ଗିରଫ ହୋଇଥିବା ସୂଚନା। ଗ୍ରାହକଙ୍କ ଘର ବନ୍ଧା ରଖି ଲୋନ ଆଳରେ ଠକେଇ କରିଛନ୍ତି ବ୍ୟାଙ୍କ କର୍ମଚାରୀ। ଏହି ଘଟଣାରେ ବାପୁଜି ନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ ହୋଇଛନ୍ତି।

ଗ୍ରାହକଙ୍କ ଘର ବନ୍ଧା ରଖି 3 କୋଟି ଲୁଟିଲେ ବ୍ୟାଙ୍କ କର୍ମଚାରୀ

ଏହା ସହ ବ୍ୟାଙ୍କର ଫିଲଡ ଅଫିସର ନରେନ୍ଦ୍ର ନାୟକ ଏବଂ ମିଡିଲମ୍ୟାନ ପ୍ରକାଶ ବେହେରାଙ୍କୁ ମଧ୍ୟ ଗିରଫ କରିଛି ଇଓଡବ୍ଲ୍ୟୁ। ସୂଚନା ମୁତାବକ, ୨୦୧୮ ମସିହାରେ ପ୍ରଶାନ୍ତ ମହାପାତ୍ର ନାମକ ଜଣେ ବ୍ୟକ୍ତି ବାଲିଅନ୍ତାର‌ ଦୁଇଟି ଘର ବନ୍ଧା ରଖିଥିଲେ। ବାପୁଜୀ ନଗର ପିଏନବି ଶାଖାରୁ ୧୦ଲକ୍ଷର ଲୋନ ନେଇଥିଲେ। ହେଲେ ଲୋନ ସୁଝିବା ବେଳେ ଜାଣିବାକୁ ପାଇଲେ ତାଙ୍କ ଡକ୍ୟୁମେଣ୍ଟରେ ଲିଙ୍ଗରାଜ ଏଣ୍ଟରପ୍ରାଇଜର୍ସ ନାଁରେ ୩କୋଟି ୬୮ଲକ୍ଷ ଟଙ୍କାର ଏକ ଲୋନ‌ ରହିଛି।

ଯେଉଁ ଲୋନ ଆକାଉଣ୍ଟରୁ ମିଡିଲମ୍ୟାନ ପ୍ରକାଶ ବେହେରାଙ୍କ ଆକାଉଣ୍ଟକୁ ଦେଢ କୋଟି ଯାଇଛି। ଏହି ଘଟଣା ନେଇ ଅଭିଯୋଗକାରୀ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

ତେବେ ତଦନ୍ତ ବେଳେ ପୂର୍ବତନ ଚିଫ୍ ବ୍ୟାଙ୍କ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଓ ଫିଲଡ ଅଫିସର ନରେନ୍ଦ୍ର ନାୟକ ମିଶି ଏଭିଳି ଜାଲିଆତି କରୁଥିବା ଜଣାପଡ଼ିଥିଲା। ଏହି ସବୁ କାମ ମିଡିଲମ୍ୟାନ ଜରିଆରେ ଗ୍ରାହକଙ୍କ ଡକ୍ୟୁମେଣ୍ଟରେ ଜାଲିଆତି କରି ଟଙ୍କା ଲୋନ କରାଇ ଠକାମି କରିଥିଲେ। ତଦନ୍ତ ବେଳେ ବିରେନ୍ଦ୍ର ପଟ୍ଟନାୟକ ଆଉ ଏକ ଅଢେଇ କୋଟିର‌ କେଳେଙ୍କାରୀ କରିଥିବା ଇଓଡବ୍ଲ୍ୟୁ (EOW) ଜାଣିବାକୁ ପାଇଥିଲେ।

ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ସରଫେସାଇ (SARFESI) ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଗ୍ରାହାକଙ୍କୁ ଠକାମିରେ ପକାଇ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ଜାଲିଆତି ବ୍ୟାଙ୍କର ସ୍ବଛତା ନେଇ ପ୍ରଶ୍ନ ସୃଷ୍ଟି କରିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jan 26, 2022, 5:29 PM IST

ABOUT THE AUTHOR

...view details